Voice of Eastern India

ବନ୍ୟା ପରର ସ୍ଥିତି ଉପରେ ସରକାରଙ୍କ ନଜର: ଗ୍ରାଉଣ୍ଡରେ ରହିବେ ଡାକ୍ତରୀ ଟିମ୍,ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳକୁ ଫୋକସ୍


ଭୁବନେଶ୍ୱର:ରାଜ୍ୟରେ ବନ୍ୟା ପରିସ୍ଥିତି ଏବଂ ବନ୍ୟା ପରବର୍ତ୍ତୀ ମରାମତି କାର୍ଯ୍ୟକୁ ନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସବୁ ବିଭାଗର ସଚିବମାନେ ଉପସ୍ଥିତ ରହି ବନ୍ୟା ପରିଚାଳନା ଏବଂ ଉନ୍ନୟନମୂଳକ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଛନ୍ତି।

ବନ୍ୟା ପାଣି କମିବା ପରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ସଚିବଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରିସ୍ୱାସ୍ଥ୍ୟ ସେବାଏବଂବିଶୁଦ୍ଧ ପିଇବା ପାଣିଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ କୁହାଯାଇଛି। ବନ୍ୟା ପରବର୍ତ୍ତୀ ରୋଗବ୍ୟାଧି ରୋକିବା ପାଇଁ ଗ୍ରାଉଣ୍ଡ ସ୍ତରରେ ଯଥେଷ୍ଟ ସଂଖ୍ୟକ ଡାକ୍ତରୀ ଟିମ୍ ମୁତୟନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ କେବଳ ବନ୍ୟା ସ୍ଥିତି ନୁହେଁ, ବରଂ ବିଭିନ୍ନ ବିଭାଗର ବଜେଟ୍ ଖର୍ଚ୍ଚ, ନୂତନ ନିଯୁକ୍ତି ପ୍ରକ୍ରିୟା ଏବଂ ଚାଲୁରହିଥିବା ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ରାଜ୍ୟରେ ନିଶା ନିବାରଣ ଅଭିଯାନକୁ ଅଧିକ କ୍ରିୟାଶୀଳ ଓ ସଫଳ କରିବା ପାଇଁ ପୂର୍ବରୁ ଦିଆଯାଇଥିବା ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ସୁନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସଚିବ ସ୍ତରୀୟ ବୈଠକରେ ଗଜପତି ଜିଲ୍ଲାପାଳଙ୍କ ପକ୍ଷରୁ‘ବିକଶିତ ଗଜପତି’ବ୍ଲୁ-ପ୍ରିଣ୍ଟ୍ ଉପସ୍ଥାପନ କରାଯାଇଥିଲା। ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରସ୍ତୁତ ୨୫ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦରେ ଜିଲ୍ଲାପାଳ ବୈଠକରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।



Source link

Leave A Reply

Your email address will not be published.