Voice of Eastern India

ଫିଫା ବିଶ୍ୱକପ୍ : ଫାଇନାଲରେ ଆର୍ଜେଣ୍ଟିନା, ଭାଙ୍ଗିଲା ଇଂଲଣ୍ଡର ସ୍ୱପ୍ନ, ସଫଳ ହେଲାନି ପ୍ଲାନ୍


ନୂଆଦିଲ୍ଲୀ, ୧୬|୦୭: ଦୀର୍ଘ ୩୫ଦିନର ରୋମାଞ୍ଚ ଓ ୧୦୨ ମ୍ୟାଚର ଲଢ଼େଇ ପରେ ଚଳିତ ଫିଫା ବିଶ୍ୱକପର ଫାଇନାଲ୍ ଲାଇନ ଚୂଡ଼ାନ୍ତ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନା ୨-୧ ଗୋଲରେ ଇଂଲଣ୍ଡକୁ ହରାଇ ସ୍ପେନ ସହ ଟାଇଟଲ ଲଢ଼େଇ ପାଇଁ ସ୍ଥାନ ସୁରକ୍ଷିତ କରିଛି। ଇଂଲଣ୍ଡର ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳାଇ ଯାଇଛି। ୮୫ ମିନିଟ୍ ପର୍ଯ୍ୟନ୍ତ ଇଂଲଣ୍ଡ ୧-୦ ଗୋଲରେ ଆଗୁଆ ରହିବା ପରେ ଶେଷ ୭ ମିନିଟ୍ ମଧ୍ୟରେ ଆର୍ଜେଣ୍ଟିନା ସବୁ ଆକଳନକୁ ଓଲଟ ପାଲଟ କରି ଦେଇଥିଲା।

୮୫ତମ ମିନିଟ୍ରେ ଏଞ୍ଜୋ ଫର୍ଣ୍ଣାଣ୍ଡିସ ଏକ ଲଙ୍ଗ ରେଞ୍ଜ ସଟ୍ ମାରି ଗୋଲ ବରାବର(୧-୧) କରିଥିଲେ। ୯୦+୨ତମ ମିନିଟରେ ଲୌଟରୋ ମାର୍ଟିନେଜ ଦ୍ଵିତୀୟ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ବିଜୟୀ କରାଇଥିଲେ । ଉଭୟ ଗୋଲ୍ରେ ଲିଓନେଲ ମେସି ସହାୟତା କରିଥିଲେ। ଏହା ପୂର୍ବରୁ ୫୫ତମ ମିନିଟରେ ଆଡ୍ରେନି ଗର୍ଡନ ଏକ ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ଏହି ବିଜୟ ସହ ଆର୍ଜେଣ୍ଟିନା ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା।

ଆର୍ଜେଣ୍ଟିନା ପୂର୍ବରୁ ୧୯୭୮, ୧୯୮୬ ଓ ୨୦୨୨ରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବାବେଳେ ୧୯୩୦, ୧୯୯୦ ଓ ୨୦୧୪ରେ ରନର୍ସ ଅପ୍ ହୋଇଛି। ଆଜି ମେସିଙ୍କୁ ଅଟକାଇବା ପାଇଁ ଇଂଲଣ୍ଡ ଏକ ସ୍ବତନ୍ତ୍ର ରଣନୀତି ଆପଣେଇଥିଲା ଓ ଶେଷ ପର୍ଯ୍ୟନ୍ତ ସଫଳ ହୋଇଥିଲା। ମେସି ଗୋଲ୍ କରିପାରି ନଥିଲେ। ହେଲେ ତାଙ୍କ ଦକ୍ଷତା କେବଳ ଗୋଲରେ ସୀମିତ ନଥିବା ସେ ପ୍ରମାଣ କରିଥିଲେ। ୨ଟି ଗୋଲ୍ ସହାୟତା କରି ଇଂଲଣ୍ଡର ରଣନୀତିକୁ ସେ ପଣ୍ଡ କରି ଦେଇଥିଲେ।

Also Read :- ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଝୁଲି ଝୁଲି ରଥାରୁଢ଼ ହେବେ ଚତୁର୍ଦ୍ଧାମୂରତି

ମାର୍ଟିନେଜ ପ୍ରାରମ୍ଭିକ ଏକାଦଶରେ ସ୍ଥାନ ପାଇ ନଥିଲେ। ୮୧ତମ ମିନିଟ୍ରେ ନିକୋଲାସ ଟାଗ୍ନିଆଫିକୋଙ୍କ ସ୍ଥାନରେ ସେ ବଦଳ ଖେଳାଳି ଭାବେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଓ ୧୧ ମିନିଟ୍ ମଧ୍ଯରେ ଆର୍ଜେଣ୍ଟିନାର ଭାଗ୍ୟ ବଦଳାଇ ଦେଇଥିଲେ। ଦୀର୍ଘ ସମୟ ଧରି ଜାରି ରହିଥିବା ଆର୍ଜେଣ୍ଟିନାର ବିଫଳ କ୍ରସକୁ ସେ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ।



Source link

Leave A Reply

Your email address will not be published.