Voice of Eastern India

ପ୍ରବଳ ବର୍ଷାରେ ବି ମହାରାଷ୍ଟ୍ରରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬ ରେକର୍ଡ


ନୂଆଦିଲ୍ଲୀ ୦୯।୦୭; ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ନାନ୍ଦେଡ,ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଏହି ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଏପର୍ଯ୍ୟନ୍ତ କୌଣସିମୃତାହତ କିମ୍ଵା ବଡକ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

ଏନେଇଜଣେ ଅଧିକାରୀ କହିଛନ୍ତି ଯେ ଭୂକମ୍ପ ରାତି ୧:୩୭ ରୁ ୩:୨୩ ମଧ୍ୟରେ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରୁ ୪.୬ ପର୍ଯ୍ୟନ୍ତ ଥିଲା। ରିପୋର୍ଟ କରାଯାଇଛି ଯେ ଦୁଇ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପ୍ରାୟ ଚାରି ଥର ଭୂକମ୍ପ ଅନୁଭୂତ ହୋଇଥିଲା। ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କୁ ଶାନ୍ତ ରହିବା ଏବଂ କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ନିବେଦନ କରିଛି।

ଜିଲ୍ଲା ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS)ର ଏକ ଦଳ ପରିସ୍ଥିତି ଉପରେ ନଜର ରଖିଛି। ବର୍ତ୍ତମାନ ଭୂମିକମ୍ପର ସଠିକ୍ ତୀବ୍ରତା,କେନ୍ଦ୍ରସ୍ଥଳ ଏବଂ ଗଭୀରତା ଆକଳନ କରାଯାଉଛି।



Source link

Leave A Reply

Your email address will not be published.