Voice of Eastern India

ଦେଓମାଳୀ ପର୍ବତ ଉପରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ, ଛଡ଼ାଇନେଲେ ମୋବାଇଲ ଓ ଟଙ୍କା


ଫଟ୍ଟାଙ୍ଗୀ: ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ବୁଲିବାକୁ ଆସିଥିବା ପାଞ୍ଚ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ। ଦେଓମାଳି ବୁଲିବାକୁ ଆସିଥିବା ଏହି ଛାତ୍ରଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ପଥର ଫିଙ୍ଗି ଆକ୍ରମଣ କରିବା ସହ ସେମାନଙ୍କ ମୋବାଇଲ ଏବଂ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ କୋଟିଆ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ୫ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଯାଇ ସନ୍ଧ୍ୟା ସମୟରେ ଦେଓମାଳି ଶୃଙ୍ଗରୁ ଓହ୍ଲାଉଥିଲେ। ହେଲେ ଓହ୍ଲାଉଥିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ପଛରୁ ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ସେମାନେ ଆହତ ହେବା ସହ ତଳେ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୨ ଟି ମୋବାଇଲ ସହ ଟଙ୍କା ୭ ହଜାର ଟଙ୍କା ଛଡ଼ାଇ ନେଇ ଯାଇଥିବା ଜଣାପଡ଼ିଛି।

ତେବେ ଶିଖରରୁ ବହୁ କଷ୍ଟରେ ତଳକୁ ଆସିବା ପରେ ବି ସେମାନଙ୍କୁ ଫାଷ୍ଟଏଡ୍ ସୁବିଧା ମିଳିନଥିଲା। ପରେ ସେଠାରୁ ୩୦ କିମି ଦୂର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁନ୍ଦୁଲିରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇଥିଲେ ଛାତ୍ରଛାତ୍ରୀ। ଉକ୍ତ ଘଟଣାରେ ଜଣେ ଛାତ୍ରଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ଜଣେ ଛାତ୍ରୀଙ୍କ ମୁଣ୍ଡ ମଧ୍ୟ ଫାଟିଛି।

Also Read: ଦୁହେଁ ମିଶି ମଦ ପିଇଲେ, ଆହୁରି ମାଗିଲା ସ୍ବାମୀ.. ଦେଲାନି ବୋଲି ସ୍ତ୍ରୀକୁ ମାରି ବାଡ଼ିପଟେ ପୋତିଦେଲା

ତେବେ କୋଟିଆ ପୋଲିସ ସୂଚନା ପାଇବା ପରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ସେମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଛି। ସେପଟେ, ଦେଓମାଳି ବୁଲିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ସେଠାରେ ସାମାନ୍ୟ ଫାଷ୍ଟଏଡ୍ ସୁବିଧା କିମ୍ବା ପୋଲିସ ପେଟ୍ରୋଲିଂ କରି ସାଧାରଣ ଜୀବନକୁ ସୁରକ୍ଷା ଦେଇପାରୁନଥିବା ଯୋଗୁଁ ପର୍ଯ୍ୟଟକ ବୁଲିବାକୁ ମୁଁହ ଫେରାଉଥିବା ନେଇ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି।



Source link

Leave A Reply

Your email address will not be published.