Voice of Eastern India

ତିଖିରି ସରପଞ୍ଚ ଓ ବ୍ଲକ୍ ପ୍ରଶାସନ ବିବାଦ ଘଟଣାରେ ଆକ୍ସନ, ଚାମେଲିଙ୍କ ଅଭିଯୋଗ ଆଧାରରେ ଜଣେ ଗିରଫ


କେନ୍ଦ୍ରାପଡ଼ା ୧୫।୬: ତିଖିରି ପଞ୍ଚାୟତ ଚାମେଲି ଓଝା ଓ ବ୍ଲକ୍ ପ୍ରଶାସନ ବିବାଦ ଘଟଣାରେ ଆକ୍ସନ । ଚାମେଲିଙ୍କ ଅଭିଯୋଗ ଆଧାରରେ ଜଣେ ଗିରଫ । ଗିରଫ ବ୍ୟକ୍ତି ପ୍ରାର୍ଥ ସାରଥୀ ସାମନ୍ତରାୟ । ମୋବାଇଲ ଛଡାଇବା ଓ ଦୁର୍ବ୍ଯବହାର କରିବା ଅଭିଯୋଗରେ ଗିରଫ କଲା ମହାକାଳପଡ଼ା ଥାନା ପୋଲିସ । FIRରେ ୭ ଜଣଙ୍କ ନାମ ଉଲ୍ଲେଖ କରିଥିଲେ ସରପଞ୍ଚ ଚାମେଲି  ଓଝା ।

ଗତ ୧୦ ତାରିଖରେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚାମେଲି ଓଝା ମହାକାଳପଡ଼ା BDOଙ୍କୁ ଭେଟିବା ପାଇଁ ଯାଇଥିଲେ l BDOଙ୍କ ସହିତ ଆଲୋଚନା ଚାଲିଥିଲା ବେଳେ ଚାମେଲିଙ୍କ ଭାଇ ଏହାର ଭିଡ଼ିଓ କରିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ l BDOଙ୍କ ଚାମ୍ବର ଥିବା କିଛି ରାଜନୈତିକ ବ୍ୟକ୍ତି ଚାମେଲିଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି l ମହାକାଳପଡ଼ା ପୋଲିସ ମଧ୍ଯ ତାଙ୍କୁ ମାଡ ମାରିଥିବା ଚାମେଲି ଅଭିଯୋଗ କରିଥିଲେ l

ତେବେ ମହାକାଳପଡ଼ା BDO ଓ ପୋଲିସର ଅଭିଯୋଗ ଆଧାରରେ ଚାମେଲି ଓଝା ଏବଂ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ପୋଲିସ l ଅନ୍ୟପକ୍ଷରେ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଚାମେଲି ଓଝା l



Source link

Leave A Reply

Your email address will not be published.