ଭୁବନେଶ୍ୱର,୨୩|୦୬: ମୌସୁମୀ ପ୍ରଭାବରେ ସୋମବାର ରାଜ୍ୟର ପ୍ରାୟ ସବୁଠି ପାଗ ମେଘୁଆ ପାଲଟିଥିଲା । ଆକାଶକୁ ବର୍ଷା ଘୋଡ଼ାଇ ରଖିଥିଲା । କେଉଁଠି ବର୍ଷିଥିଲା ତ ଆଉ କେଉଁଠି ସେମିତି ମେଘୁଆ ରହିଥିଲା । ଏଭଳି ପାଗ ଯୋଗୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଖସିଥିଲା ।ପଶ୍ଚିମ ଓଡ଼ିଶାରେ ବହୁ ସ୍ଥାନରେ ତାତି ୩ରୁ ୫ ଡିଗ୍ରୀ କମିଥିଲା । ଆଗକୁ ତାପମାତ୍ରା ଆହୁରି କମିବ । ଆସନ୍ତା ଦୁଇ ଦିନରେ ପ୍ରାୟ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
Also Read :- ପୁରୀରେ ଅଘଟଣ, ଏସ୍କର୍ଟ ଭ୍ୟାନ୍ ଧକ୍କାରେ ଯୁବକ ମୃତ
ସୋମବାର ମୌସୁମୀ ବାୟୁ ବଲାଙ୍ଗିର ଓ ସୁନ୍ଦରଗଡ଼ ଛୁଇଁଛି । କୋରାପୁଟରେ ସର୍ବାଧିକ ୨୮.୮ ମିମି ବର୍ଷା ରେକର୍ଡ ହୋଇଥିଲା । ଛତ୍ରପୁରରେ ୧୫.୨, ସମ୍ବଲପୁରରେ ୧୫, ବରଗଡ଼ ଓ ସୁନ୍ଦରଗଡ଼ରେ ୧୨.୮, ଗୋପାଳପୁରରେ ୮.୮ ଡିଗ୍ରୀ ରେକର୍ଡ ହୋଇଥିଲା । ବାରିପଦା, ଦାରିଙ୍ଗବାଡ଼ି, ପାରାଦୀପ, ଭୁବନେଶ୍ୱର ଓ ପୁରୀରେ ବର୍ଷା ହୋଇଛି । ମଙ୍ଗଳବାର ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୨୪, ୨୫ ଓ ୨୬ରେ ଉପକୂଳ ଓଡ଼ିଶା ସମେତେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
