Voice of Eastern India

‘ଡକ୍ଟର ଙ୍କ ପାଠଶାଳା’ର ୫୦ ତମ ଏପିସୋଡ୍ ପୂରଣ, ସ୍ବତନ୍ତ୍ର ଉତ୍ସବରେ ଯୋଗଦେଲେ ଅଭିଜ୍ଞ ଡାକ୍ତର


ଭୁବନେଶ୍ବର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଉ ଏହି ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ନ୍ୟୁଜ୭ ର ନିରନ୍ତର ପ୍ରୟାସ ‘ଡକ୍ଟର ଙ୍କ ପାଠଶାଳା’। ଦର୍ଶକଙ୍କ ନିରବଚ୍ଛିନ୍ନ ଭଲପାଇବା ଏବଂ ବିଶ୍ୱାସ ବଳରେ ଏହି କାର୍ଯ୍ୟକ୍ରମ ଆଜି ସଫଳତାର ସହ ପୂରଣ କରିଛି ୫୦ ତମ ଏପିସୋଡ୍। ଯାହାକୁ ଏକ ବଡ଼ ଉପଲବ୍ଧି ବୋଲି ଅନୁଭବ କରି ନିଜର ବାର୍ତ୍ତା ରଖିଥିଲେ ଉପସ୍ଥିତ ଅତିଥି ଓ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ।

ଏହି ସ୍ୱତନ୍ତ୍ର ସଫଳତା ପାଇଁ ଆୟୋଜିତ ବିଶେଷ ଉତ୍ସବରେ ଯୋଗ ଦେଇଥିଲେ ସୁମା ରିୟଲ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶିକା ଶ୍ରୀମତୀ ଶାଶ୍ଵତୀ ଦାସ, ପ୍ରମେୟ ଓ ନ୍ୟୁଜ୭ର ଗ୍ରୁପ୍ CEO ସୁନିଲ କୁମାର ଦାସ, ପ୍ରମେୟ ଓ ନ୍ୟୁଜ୭ ର ଗ୍ରୁପ୍ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର ଏବଂ ନ୍ୟୁଜ୭ ର କାର୍ଯକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟ ଦୈନିକ ଖବର କାଗଜର ସର୍କୁଲେସନ ହେଡ୍‌ ଗଜେନ୍ଦ୍ର ଦାସ, ନ୍ୟୁଜ୭ ଡିଜିଟାଲ ହେଡ୍ ଅମରେଶ ଦାସ, ଏବଂ ପ୍ରମେୟ ଡିଜିଟାଲ ହେଡ୍‌ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ଟିମ୍ର ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା କିଭଳି ଆହୁରି ତଥ୍ୟ ଭିତ୍ତିକ ଓ ସ୍ୱତନ୍ତ୍ର ହେବ ସେ ନେଇ ଦେଇଥିଲେ ଗୁରୁମନ୍ତ୍ର ଓ ସମସ୍ତ ଟିମ୍ କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ପଥପ୍ରଦର୍ଶନ ପାଇଁ ଶୁଭକାମନା ଜଣାଇଥିଲେ।

ଡକ୍ଟର ଙ୍କ ପାଠଶାଳା’ କେବଳ ଏକ ଟିଭି ଶୋ’ ନୁହେଁ, ବରଂ ଏହା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟର ଏକ ବିଶ୍ୱସ୍ତ ମାଧ୍ୟମ ସାଜିଛି । ହୃଦରୋଗ, ମଧୁମେହ, କ୍ୟାନ୍ସର, ସ୍ନାୟୁ ସମସ୍ୟା, ସ୍ତ୍ରୀ ଓ ଶିଶୁ ରୋଗ ଭଳି ଜଟିଳ ରୋଗ ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ ଦ୍ବାରା ଦର୍ଶକ, ରୋଗୀଙ୍କ ପରିବାର ଓ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ସନ୍ଦେହ ଦୂର କରୁଛନ୍ତି । ରୋଗର ପ୍ରାରମ୍ଭିକ ଲକ୍ଷଣ, ସଠିକ୍ ଆହାର, ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ଏଥିରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଉଛି ।

Also Read: କୃତ୍ରିମ ବୁଦ୍ଧିମତା ଓ ମାନବ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

ପ୍ରତିଦିନ ସାଧାରଣ ଲୋକଙ୍କ ମନରେ ଉଠୁଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦ୍ୱନ୍ଦ୍ୱ, ଜଟିଳ ରୋଗର ଲକ୍ଷଣ ଓ ଏହାର ସରଳ ସମାଧାନ ପାଇଁ ବିଭିନ୍ନ ବିଭାଗର ସୁନାମଧନ୍ୟ ଡାକ୍ତରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଆସୁଛି ‘ଡକ୍ଟର ଙ୍କ ପାଠଶାଳା’। ଆଗକୁ ମଧ୍ୟ ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଜାରି ରହିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ୫୦ ତମ ଏପିସୋଡର ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପରେ ଦର୍ଶକଙ୍କୁ ଆହୁରି ନୂଆ ଓ ଉପାଦେୟ ସ୍ୱାସ୍ଥ୍ୟ ତଥ୍ୟ ଯୋଗାଇଦେବାକୁ ଚେଷ୍ଟା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛି ସମ୍ପୂର୍ଣ୍ଣ ଟିମ୍ । ଏହି ସ୍ୱତନ୍ତ୍ର ଉତ୍ସବରେ ‘ଡକ୍ଟର ଙ୍କ ପାଠଶାଳା’ରେ ସାମିଲ ହୋଇଥିବା ସମସ୍ତ ଅଭିଜ୍ଞ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା । ସେହିଭଳି ପରଦା ପଛରେ ରହି କାର୍ଯକ୍ରମର ସମସ୍ତ କ୍ରିଉ ମେମ୍ବରମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ଉପସ୍ଥିତ ଅତିଥି।

ଦର୍ଶକଙ୍କ ଏହି ଅକୁଣ୍ଠ ଭଲପାଇବା ଓ ବିଶ୍ୱାସ ‘ଡକ୍ଟର ଙ୍କ ପାଠଶାଳା’କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଛି । ଆଗାମୀ ଦିନରେ ଆହୁରି ନୂଆ ଓ ଉପାଦେୟ ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ ନେଇ ଆସିବ ନ୍ୟୁଜ୭ ।



Source link

Leave A Reply

Your email address will not be published.