ଟିଭିଏସ ଆପାଚିର ନୂଆ ରେକର୍ଡ: ବିଶ୍ବରେ ହେଲେ ୭୦ ଲକ୍ଷ ଗ୍ରାହକ, କମ୍ପାନି ଲଞ୍ଚ କଲା ନୂଆ କ୍ୟାମ୍ପେନ୍ ‘ତୁ ରେସ୍ ଲଗା’
ମୁମ୍ବାଇ: ଦୁଇ ଚକିଆ ଏବଂ ତିନି ଚକିଆ ଯାନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କମ୍ପାନୀ ଟିଭିଏସ ମୋଟର (TVS Motor Company) ନିଜର ଲୋକପ୍ରିୟ ବ୍ରାଣ୍ଡ ‘ଟିଭିଏସ ଆପାଚି’ (TVS Apache) ପାଇଁ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି। ସାରା ବିଶ୍ୱରେ ଟିଭିଏସ ଆପାଚିର ଗ୍ରାହକ ସଂଖ୍ୟା ୭୦ ଲକ୍ଷ (୭ ମିଲିୟନ୍) ପାର୍ କରିଛି। ଏହି ବିଶେଷ ଅବସରକୁ ପାଳନ କରିବା ପାଇଁ କମ୍ପାନୀ ପକ୍ଷରୁ ନୂଆ ବ୍ରାଣ୍ଡ କ୍ୟାମ୍ପେନ୍ ଫିଲ୍ମ ‘ତୁ ରେସ୍ ଲଗା’ (Tu Race Laga) ଲଞ୍ଚ କରାଯାଇଛି।
‘ଟ୍ରାକ୍ ଟୁ ରୋଡ୍’ ଚିନ୍ତାଧାରା ନେଇ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ୨୦୦୫ ମସିହାରେ ଆରମ୍ଭ ହୋଇଥିବା ଟିଭିଏସ ଆପାଚି ସର୍ବଦା ‘ଟ୍ରାକ୍ ଟୁ ରୋଡ୍’ (Track to Road) ଫିଲୋସୋଫି ଉପରେ ପର୍ଯ୍ୟବସିତ ହୋଇଆସିଛି। ଟିଭିଏସ ରେସିଂର ୪ ଦଶନ୍ଧିରୁ ଅଧିକ ଅଭିଜ୍ଞତାକୁ ବ୍ୟବହାର କରି ଏହା ନିତିଦିନିଆ ରାଇଡିଂରେ ଗ୍ରାହକମାନଙ୍କୁ ଉନ୍ନତମାନର ପର୍ଫରମାନ୍ସ ଏବଂ ଟେକ୍ନୋଲୋଜି ପ୍ରଦାନ କରିଆସୁଛି।
ଗତ କିଛି ବର୍ଷ ମଧ୍ୟରେ ଏହି ବ୍ରାଣ୍ଡ୍ ଅନେକ ଅତ୍ୟାଧୁନିକ ଫିଚର୍ସ ଆଣିବାରେ ପ୍ରଥମ ଥିଲା, ଯେପରିକି: ରୋଟୋ-ପେଟାଲ୍ ଡିସ୍କ ବ୍ରେକ୍ ଓ ଫୁଏଲ୍ ଇଞ୍ଜେକ୍ସନ୍, ଡୁଆଲ୍-ଚ୍ୟାନେଲ୍ ଏବିଏସ୍ (ABS), ମଲ୍ଟିପଲ୍ ରାଇଡ୍ ମୋଡ୍ ଓ ଟିଭିଏସ୍ ସ୍ମାର୍ଟ-ଏକ୍ସ-କନେକ୍ଟ, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଭଳି ଆଡଭାନ୍ସଡ୍ ରାଇଡର୍ ଆସିଷ୍ଟ୍ ଫିଚର୍ସ।
ବିଶାଳ ରାଇଡିଂ କମ୍ୟୁନିଟି ବର୍ତ୍ତମାନ ୯୦ଟି ଦେଶରେ ଟିଭିଏସ ଆପାଚି ନିଜର ବ୍ୟବସାୟ କରୁଥିବା ବେଳେ ଏହା ଦୁନିଆର ସବୁଠାରୁ ଦ୍ରୁତ ବିକାଶଶୀଳ ପର୍ଫରମାନ୍ସ ମୋଟରସାଇକେଲ ବ୍ରାଣ୍ଡରେ ପରିଣତ ହୋଇଛି। କେବଳ ବାଇକ୍ ନୁହେଁ, ଏହି ବ୍ରାଣ୍ଡ୍ ଦେଶର ସବୁଠାରୁ ବଡ଼ ରାଇଡିଂ କମ୍ୟୁନିଟି ମଧ୍ୟ ସୃଷ୍ଟି କରିପାରିଛି, ଯେଉଁଥିରେ ୫ ଲକ୍ଷରୁ ଅଧିକ ପଞ୍ଜିକୃତ ସଦସ୍ୟ ରହିଛନ୍ତି।
ନୂଆ କ୍ୟାମ୍ପେନ୍ ‘ତୁ ରେସ୍ ଲଗା’ ୭୦ ଲକ୍ଷ ଗ୍ରାହକଙ୍କ ମାଇଲଖୁଣ୍ଟ ପୂରଣ ଅବସରରେ ଲଞ୍ଚ ହୋଇଥିବା ନୂଆ କ୍ୟାମ୍ପେନ୍ ଫିଲ୍ମ ‘ତୁ ରେସ୍ ଲଗା’ କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ତଥା ଜଣାଶୁଣା ଭାରତୀୟ ନିର୍ଦ୍ଦେଶକ ରାମ ମାଧବାନୀ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି ବ୍ରାଣ୍ଡର ଉତ୍ସାହ ଏବଂ ରେସଟ୍ରାକର ନିୟନ୍ତ୍ରଣକୁ ସୁନ୍ଦର ଭାବେ ପ୍ରଦର୍ଶନ କରୁଛି।
ଏହି ଅବସରରେ ଟିଭିଏସ ମୋଟର କମ୍ପାନୀର ଇଣ୍ଡିଆ ୨ଡବ୍ଲ୍ୟୁ ବିଜନେସ୍ (India 2W Business) ର ସଭାପତି ଗୌରବ ଗୁପ୍ତା କହିଛନ୍ତି ଯେ, “ଗତ ଦୁଇ ଦଶନ୍ଧି ଧରି ୭୦ ଲକ୍ଷ ଟିଭିଏସ ଆପାଚି ରାଇଡରମାନେ ଦେଖାଇଥିବା ବିଶ୍ୱାସ ପାଇଁ ଆମେ କୃତଜ୍ଞ। ଏକ ରେସିଂ ବ୍ରାଣ୍ଡରୁ ଆରମ୍ଭ କରି ଆଜି ଏକ ଗ୍ଲୋବାଲ୍ ପର୍ଫରମାନ୍ସ ବ୍ରାଣ୍ଡ୍ ହେବା ଯାଏଁ ଆମର ଯାତ୍ରା ପୂରା ଟିଭିଏସ ପରିବାରର କଠିନ ପରିଶ୍ରମକୁ ଦର୍ଶାଉଛି।”
ସେହିପରି ପ୍ରିମିୟମ୍ ବିଜନେସ୍ ମୁଖ୍ୟ ଶ୍ରୀ ବିମଲ ସୁମ୍ବଲି କହିଛନ୍ତି ଯେ, “କୋଡିଏ ବର୍ଷ ପୂର୍ବେ ଆମେ ରେସଟ୍ରାକର ଉତ୍ସାହକୁ ସାଧାରଣ ରାସ୍ତାକୁ ଆଣିବାର ଲକ୍ଷ୍ୟ ରଖିଥିଲୁ। ଆଜି ୭୦ ଲକ୍ଷ ଗ୍ରାହକଙ୍କ ସହ ଏହା ଏକ ବିଶ୍ୱସ୍ତରୀୟ ପ୍ରିମିୟମ୍ ବ୍ରାଣ୍ଡରେ ପରିଣତ ହୋଇଥିବାରୁ ଆମେ ଗର୍ବିତ। ‘ତୁ ରେସ୍ ଲଗା’ କ୍ୟାମ୍ପେନ୍ ହେଉଛି ପ୍ରତ୍ୟେକ ରାଇଡରଙ୍କ ପ୍ରତି ଏକ ସମ୍ମାନ, ଯେଉଁମାନେ ପ୍ରତିଦିନ ନିଜ ଜୀବନରେ ଏହି ରେସିଂ ସ୍ପିରିଟ୍ ବଜାୟ ରଖିଛନ୍ତି।”
