ବ୍ରହ୍ମପୁର ୧୨।୭: ସ୍ତ୍ରୀଙ୍କ ମୋବାଇଲ ମାଡ଼ରେ ଘାଇଲା ସ୍ୱାମୀଙ୍କ ମୃତ୍ୟୁ । ଦୁଇ ଦିନ ତଳେ ସ୍ତ୍ରୀ ମୋବାଇଲରେ ମାଡ଼ ମାରି ସ୍ୱାମୀଙ୍କୁ କରିଥିଲେ ଲହୁଲୁହାଣ । ରବିବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକ ବୋହୂ ନାମରେ ଆଣିଲେ ଏଭଳି ଅଭିଯୋଗ । ବଲାଙ୍ଗିର ଲକ୍ଷ୍ମୀଜୋର ଥାନାରେ ମାମଲା ରୁଜୁ ହୋଇଛି । ମୃତ ସ୍ୱାମୀ ହେଲେ ସ୍ବପ୍ନେସ୍ୱର ମିଶ୍ର ଏବଂ ମାଡ଼ ମାରିଥିବା ସ୍ତ୍ରୀ ହେଉଛନ୍ତି ଅନାମିକା ଶତପଥୀ ।
Also Read:- ଶାରୀରିକ ସମ୍ପର୍କ ରହୁଥିଲେ ବାପା, ଅନ୍ୟ ସହ ରଖିବାକୁ କରୁଥିଲେ ବାଧ୍ୟ.. ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଆଖିବୁଜିଲେ
ସୂଚନାଯୋଗ୍ୟ ଯେ, ସ୍ବପ୍ନେସ୍ୱରଙ୍କର ସ୍ତ୍ରୀ ଅନାମିକାଙ୍କ ସହ ଝଗଡା ଲାଗିରହୁଥିଲା । ଏନେଇ ଗତ ଦୁଇ ଦିନ ତଳେ ମୋବାଇଲରେ ସ୍ବାମୀଙ୍କୁ ମାଡ଼ ମାରିଥିଲେ ଅନାମିକା । ଯାହାଫଳରେ ସ୍ବପ୍ନେଶ୍ୱରଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ବୋହିବା ସହ ୬ଟି ଷ୍ଟିଜ ପଡିଥିଲା । ଏନେଇ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
