ଯାଜପୁର ୧୧।୧୦ : ଘରେ ଚାଲିଥିଲା ଚା’ ପ୍ରସ୍ତୁତି । ଠିକ ଏହି ସମୟରେ ଘଟିଲା ଅଘଟଣ । ଗ୍ୟାସ୍ ଲିକ୍ ହୋଇ ନିଆଁ ଫାଟିଲା ଟାଙ୍କି । ଏହି ଅଘଟଣରେ ଗୋଟିଏ ପରିବାରର ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅରାବଳ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ଗୁରୁତରଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ଜଣେ ଛୋଟ ପିଲା ଥିବା ଜଣାପଡ଼ିଛି।
ଖବର ଅନୁଯାୟୀ, ରବିବାର ସକାଳେ ଗାଁର ଅଭିରାମ ମଲିକଙ୍କ ଘରେ ଚା’ ତିଆରି ହେଉଥିଲା। ଠିକ ଏହି ସମୟରେ ହଠାତ୍ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ନିଆଁ ଲାଗିଯିବାରୁ ପରିବାରର ଚାରି ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ତୁରନ୍ତ ଆହତମାନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଅଘଟଣରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଚିକିତ୍ସା ଚାଲିଛି। ଘଟଣାକୁ ନେଇ ଅରାବଳ ଗାଁରେ ଶୋକର ଛାୟା ଖେଳିଯାଇଛି ।
Watch Video:-
