Voice of Eastern India

ଘାଟିରେ ଅଟୋକୁ ଧକ୍କା ଦେଲା ଥାର୍ : ଜଣେ ମୃତ, ୫ରୁ ଅଧିକ ଆହତ


ଆନନ୍ଦପୁର ୨୦।୮: କରଞ୍ଜିଆ ରାସ୍ତାରେ ସାତକୋଶିଆ ଘାଟି ଠାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଆନନ୍ଦପୁର ଥନା ସିକାବେଡା ଗାଁର ପ୍ରାୟ ୩୦ ଜଣ ପୁରୁଷ ଓ ମହିଳା ଶ୍ରମିକ ଚାପୁଣ୍ଡିଆ ଗାଁରେ ଧାନତଳି ରୋଇବାକୁ ଯାଇଥଲେ । ଦୁଇଟି ଅଟୋ ଯୋଗେ ଫେରୁଥିବା ସମୟରେ ଘାଟି ଠାରେ ସାମ୍ନାରୁ ଆସୁଥିବା ଏକ ଥାର୍ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଅଟୋରେ ଯାତ୍ରା କରୁଥିବା ଲୁଡଗି କଙ୍କନ ନାମକ ଜଣେ ମହିଳା ଶ୍ରମିକଙ୍କ ମୃତ୍ଯୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି ।

Also Read:- ବନ୍ୟା ପ୍ରଭାବିତ ଜିଲ୍ଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍ ଚାଉଳ ଯୋଗାଇବାକୁ SRCଙ୍କ ନିର୍ଦ୍ଦେଶ

ଦୁର୍ଘଟଣା ଗ୍ରସ୍ତ ଅଟୋରେ ୧୫ ଜଣ ଯାତ୍ରା କରୁଥିବା ଜଣାପଡିଛି । ଦୁର୍ଘଟଣା ପରେ ମହୁଲଡିହା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛନ୍ତି ।



Source link

Leave A Reply

Your email address will not be published.