Voice of Eastern India

କିଏ ଏହି ଅନିଲ୍ ମେନନ୍ ? ଜାଣନ୍ତୁ ISS ଅଭିମୁଖେ ଯାତ୍ରା କରିଥିବା ଭାରତୀୟ ବଂଶୋଦ୍ଭବ ବିଷୟରେ


ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ଅନିଲ ମେନନ୍ ମଙ୍ଗଳବାର ମହାକାଶ ଅଭିମୁଖେ ଯାତ୍ରା କରିଛନ୍ତି । ରୁଷ ଦ୍ୱାରା କାଜାଖସ୍ତାନର ବାଇକୋନୁର କସମୋଡ୍ରୋମରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପାଇଁ ଏକ ୮ ମାସିଆ ମିଶନରେ ଯାତ୍ରା ଆରମ୍ଭ କରିଛନ୍ତି । ରୋସକସମୋସର ସୋୟୁଜ ଏମଏସ-୨୯ ମହାକାଶଯାନରେ କସମୋନଟ୍ ପ୍ୟୋତ୍ର ଦୁବ୍ରୋଭ ଏବଂ ଆନ୍ନା କିକିନାଙ୍କ ସହ ମେନନ୍ ଯାତ୍ରା କରିଛନ୍ତି ।

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହଣି ସମୟରେ, ମେନନ୍ ଦୀର୍ଘ ସମୟର ମହାକାଶ ଯାତ୍ରାର ଶାରୀରିକ ପ୍ରଭାବ ଉପରେ ଅଧ୍ୟୟନ କରିବା ପାଇଁ ପରୀକ୍ଷଣ କରିବେ । ଏହା ସହିତ ମହାକାଶଚାରୀଙ୍କ ରକ୍ତ ପ୍ରବାହରେ ମାଇକ୍ରୋଗ୍ରାଭିଟି ପ୍ରଭାବ, ଶିରାର ସଂରଚନା ଏବଂ ରକ୍ତର ସଂଗଠନକୁ କିପରି ପ୍ରଭାବିତ କରେ ତାହା ମଧ୍ୟ ଅଧ୍ୟୟନ କରିବେ ।

ଅନିଲ ମେନନ୍ କିଏ ?

ମେନନଙ୍କ ଜନ୍ମ ମିନେସୋଟାର ମିନିଆପୋଲିସରେ ହୋଇଥିଲା । ଭାରତୀୟ ଏବଂ ୟୁକ୍ରେନୀୟ ପ୍ରବାସୀ ପିତାମାତାଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ । ମେନନଙ୍କ ପତ୍ନୀଙ୍କ ନାଁ ଆନ୍ନା ଏବଂ ଦୁହିଁଙ୍କ ଦୁଇଟି ସନ୍ତାନ ଅଛି । ଜଣେ ବିମାନ ପ୍ରଶିକ୍ଷକ ଭାବରେ ସେ ୧,୦୦୦ରୁ ଅଧିକ ଘଣ୍ଟା ବିମାନ ଉଡ଼ାଣର ଅନୁଭବ ହାସଲ କରିଛନ୍ତି । ଆଇରନମ୍ୟାନ୍ ଓ କୋକୋରୋ ଭଳି ସହନଶୀଳତା ପ୍ରତିଯୋଗିତାଗୁଡ଼ିକରେ ମଧ୍ୟ ଭାଗ ନେଇଛନ୍ତି । ମେନନଙ୍କ ପତ୍ନୀ ଆନ୍ନା ୱିଲହେଲ୍ମ ମେନନ୍ ମଧ୍ୟ ଜଣେ ମହାକାଶଚାରୀ ।

ମେନନ୍ ୨୦୧୪ରେ ଜଣେ ଫ୍ଲାଇଟ୍ ସର୍ଜନ ଭାବରେ ନାସାରେ ଯୋଗ ଦେଇଥିଲେ । ସେଠାରେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ କାର୍ଯ୍ୟ କରୁଥିବା ମହାକାଶଚାରୀଙ୍କ ସହ କାମ କରିଥିଲେ । ୨୦୧୮ ମସିହାରେ, ସେ ସ୍ପେସଏକ୍ସରେ ଯୋଗ ଦେଇଥିଲେ । କମ୍ପାନିର ଚିକିତ୍ସା କାର୍ଯ୍ୟକ୍ରମ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ । ଏହାର ପ୍ରଥମ ମାନବ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଚନ୍ଦ୍ର, ମଙ୍ଗଳ ଏବଂ ଦୂର ମିଶନ ପାଇଁ ଡିଜାଇନ କରାଯାଇଥିବା ରକେଟ୍ ଓ ମହାକାଶଯାନ ‘ଷ୍ଟାରସିପ୍’ର ବିକାଶ ଉପରେ କାର୍ଯ୍ୟ କରିଥିଲେ ।

ମେନନ୍ ୨୦୨୧ ଡିସେମ୍ବରରେ ନାସାର ଜଣେ ମହାକାଶଚାରୀ ଭାବରେ ମନୋନୀତ ହୋଇଥିଲେ । ପରବର୍ତ୍ତୀ ମାସରେ ଏଜେନ୍ସିର ଦୁଇ ବର୍ଷିଆ ମହାକାଶଚାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମେନନ୍ ହାଭାର୍ଡ ୟୁନିଭର୍ସିଟିରେ ନ୍ୟୁରୋବାୟୋଲୋଜି ଅଧ୍ୟୟନ କରିଥିଲେ । ଏପରି କି ସେ ହଣ୍ଟିଙ୍ଗଟନ୍ସ ଡିଜିଜ୍ ଉପରେ ମଧ୍ୟ ଗବେଷଣା କରିଥିଲେ ।



Source link

Leave A Reply

Your email address will not be published.