Voice of Eastern India

କାଉଡ଼ିଆଙ୍କ ସେବାରେ ମହିଳା ପୋଲିସ ଅଧିକାରୀ, ଅସୁସ୍ଥ ଭକ୍ତଙ୍କ ପାଦ ଘଷିଲେ ଏସଡିପିଓ


ଜୟପୁର: ଶ୍ରାବଣ ମାସରେ ଶୈବପୀଠଗୁଡ଼ିକରେ କାଉଡ଼ିଆଙ୍କ ଭିଡ଼ ଜମୁଥିବା ବେଳେ ଭକ୍ତଙ୍କ ସୁରକ୍ଷା ଓ ସେବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ଏହି ସମୟରେ ଜୟପୁର ଏସଡିପିଓ ଅର୍ଚିତା ମିଥଲଙ୍କ ଏକ ମାନବିକ ପଦକ୍ଷେପ ଏବେ ଚର୍ଚ୍ଚାରେ। ଶ୍ରାବଣ ମାସ ଅବସରରେ ଗୁପ୍ତେଶ୍ୱର ପୀଠରେ ହଜାର ହଜାର କାଉଡ଼ିଆଙ୍କ ସମାଗମ ହେଉଛି। ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ସହ ସେମାନଙ୍କ ସୁବିଧା ଉପରେ ପୋଲିସ ପ୍ରଶାସନ ନଜର ରଖିଛି।

ଏହି ସମୟରେ ଗୁପ୍ତେଶ୍ୱର ପୀଠରେ ହଠାତ୍ ଜଣେ ମହିଳା କାଉଡ଼ିଆ ଅସୁସ୍ଥ ହୋଇପଡ଼ିଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ ଜୟପୁର ଏସଡିପିଓ ଅର୍ଚିତା ମିଥଲ। ମହିଳା କାଉଡ଼ିଆଙ୍କ ଅବସ୍ଥା ଦେଖି ଏସଡିପିଓ ନିଜେ ତାଙ୍କ ପାଦ ଘଷିଥିଲେ। ଏଥିସହ ଅସୁସ୍ଥ ଭକ୍ତଙ୍କୁ ତୁରନ୍ତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସେ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୋଲିସ ଅଧିକାରୀଙ୍କ ଏଭଳି ମାନବିକ ପଦକ୍ଷେପର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ୟୁନିଫର୍ମ ପଛରେ ଥିବା ମାନବିକତାର ଏହି ଚିତ୍ରକୁ ଦେଖି ଅନେକ ଲୋକ ଏସଡିପିଓ ଅର୍ଚ୍ଚିତା ମିଥଲଙ୍କୁ ପ୍ରଶଂସା କରୁଛନ୍ତି।

also read- ତିଖିରି ସରପଞ୍ଚଙ୍କୁ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଅନାସ୍ଥା ଭୋଟ୍ ହେବ ହେଲେ…

ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଦାୟିତ୍ୱ ସହ ଜଣେ ଅସୁସ୍ଥ ଭକ୍ତଙ୍କ ପ୍ରତି ଅଧିକାରୀଙ୍କ ଏଭଳି ସମ୍ବେଦନଶୀଳ ବ୍ୟବହାର ଏବେ ସାଧାରଣରେ ପ୍ରଶଂସା ସାଉଁଟୁଛି। ଶ୍ରାବଣର ଭିଡ଼ ଭିତରେ ଏହି ମାନବିକ ଦୃଶ୍ୟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

 



Source link

Leave A Reply

Your email address will not be published.