Voice of Eastern India

ଏ କ’ଣ ହେଲା ? ଅଚାନକ ପାହାଡ଼ରୁ ଖସିଲା ବିରାଟ ବିରାଟ ପଥର ଖଣ୍ଡ…


କୋଇଡ଼ା ୧୬।୦୮ : ଜାତୀୟ ରାଜପଥରେ ପଡ଼ିଛି ବଡ଼ ବଡ଼ ପଥର ଖଣ୍ଡ । ପ୍ରବଳ ବର୍ଷା ଲାଗି ୫୨୦ ନମ୍ବର ଜାତୀୟ ରାଜପଥ ଉପରକୁ ମାଡ଼ିଆସିଲା ଛୋଟ ବଡ଼ ପଥର ସହ ମାଟି ଅତଡ଼ା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକର କାଲଟା ୫୨୦ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏପରି ଚିତ୍ର ।

ଶନିବାର ରାତିରୁ ରାଜ୍ୟରେ ଲାଗିଛି ରହିଛି ବର୍ଷା । ଖାସ୍ କରି ଉତ୍ତର ଓଡ଼ିଶାରେ ମଧ୍ୟ ଜୋରଦାର ବର୍ଷା ହୋଇଛି । ଏହିକ୍ରମରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକର କାଲଟା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଲଗାଣ ବର୍ଷା ଲାଗି ରାସ୍ତାକଡ଼ରେ ଥିବା ପାହାଡ଼ରେ ବିରାଟ ବିରାଟ ପଥର ଖଣ୍ଡ ଖସିପଡ଼ିଛି । ଏହିସହିତ କିଛି କିଛି ଜାଗାରେ ଭୂସ୍ଖଳନ ମଧ୍ୟ ହୋଇଛି । ଯାହାଫଳରେ ଛୋଟ ଏବଂ ବଡ଼ ପଥର ଖଣ୍ଡ ଜାତୀୟ ରାଜପଥ ଉପରେ ପଡ଼ିରହିଛି । ୫୨୦ ନମ୍ବର ଜାତୀୟ ରାଜପଥ ଏବେ ବିପଦପୂର୍ଣ୍ଣ ପାଲଟିଛି । କାଲଟା ଓ ଚୂନାଘାଟି ମଧ୍ୟରେ ଏପରି ଅବସ୍ଥା ଦେଖିବାକୁ ମିଳିଛି ।

Watch Video:-

​​​​​​​



Source link

Leave A Reply

Your email address will not be published.