Voice of Eastern India

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ, ଦକ୍ଷିଣ କୋରିଆକୁ ୮-୧ ଗୋଲରେ କଲା ପରାସ୍ତ


ନୂଆଦିଲ୍ଲୀ: ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ଭାରତ ୮-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ସଂଧ୍ୟା ୭ଟାରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ ଜିତି ଭାରତ ପୁଣି ଥରେ ଚାମ୍ପିଅନ୍ ହେବାରୁ ଲକ୍ଷ୍ୟ ରଖିଛି । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଡିଫେଣ୍ଡିଂ ଚାମ୍ପିଅନ୍ସ ଭାରତ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଛି । ଟିମ୍ ପ୍ରତ୍ୟେକ ମ୍ୟାଚ୍ ଜିତିଛି ଏବଂ ଛଅଟି ମ୍ୟାରେ ୪୨ ଗୋଲ ସ୍କୋର କରିଛନ୍ତି ।

ପାଞ୍ଚଥର ଚାମ୍ପିଅନ୍ ଭାରତୀୟ ଦଳ ପାଇଁ ଶିଳାନନ୍ଦ ଲାକ୍ରା ଏବଂ ଦିଲପ୍ରୀତ ସିଂହ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ । ଲାକ୍ରା ଚତୁର୍ଥ ଏବଂ ୧୩ତମ ମିନିଟରେ ଗୋଲ ଦେଇଥିଲେ । ଦିଲପ୍ରୀତ ୨୧ତମ ଏବଂ ୨୫ତମ ମିନିଟରେ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ । ଅଧିନାୟକ ହରମନପ୍ରୀତ ସିଂହ ୯ମ ମିନିଟରେ, ସୁଖଜିତ ସିଂହ ୨୧ତମ ମିନିଟରେ, ଅଙ୍ଗଦ ବୀର ସିଂହ ୩୬ତମ ମିନିଟରେ ଏବଂ ବିବେକ ସାଗର ପ୍ରସାଦ ୫୪ତମ ମିନିଟରେ ଗୋଲ ଦେଇଥିଲେ । ଏହି ବିଜୟ ସହ ଭାରତକୁ ରେକର୍ଡ ସପ୍ତମ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛି । ଦକ୍ଷିଣ କୋରିଆ ପାଇଁ ସଂଗଜୁନ୍ ହାନ୍ ୯ମ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ ।

 

ଫାଇନାଲରେ ଭାରତ ଜାପାନ ସହିତ ମୁକାବିଲା କରିବ । ପ୍ରଥମ ସେମିଫାଇନାଲରେ ଜାପାନ ମାଲେସିଆକୁ ୫-୩ ଗୋଲରେ ସୁଟଆଉଟରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ଉଭୟ ଦଳ ନିର୍ଦ୍ଧାରିତ ସମୟରେ କୌଣସି ଗୋଲ କରିପାରି ନଥିଲେ । ତେଣୁ, ସୁଟଆଉଟ ଦ୍ୱାରା ବିଜେତା ନିର୍ଣ୍ଣୟ ହୋଇଥିଲା । ପୂର୍ବରୁ, ଭାରତ ରାଉଣ୍ଡ ରବିନ ପର୍ଯ୍ୟାୟରେ ଦକ୍ଷିଣ କୋରିଆକୁ ୮-୦ଗୋଲରେ ପରାସ୍ତ କରିଥିଲା । ଆୟୋଜକ ଦଳ ଭାରତ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି ।

ଫାଇନାଲ ମ୍ୟାଚ୍ ଗୁରୁବାର ସନ୍ଧ୍ୟା ୭ଟାରେ ମୋହାଲିରେ ଖେଳାଯିବ । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ୪୨ ଗୋଲ ସ୍କୋର କରିଥିବା ବେଳେ ବିରୋଧୀଙ୍କୁ କେବଳ ଛଅଟି ଗୋଲ କରିବାର ସୁଯୋଗ ଦେଇଛି । ଏହା ଟିମ୍ ଇଣ୍ଡିଆର ଜବରଦସ୍ତ ଫର୍ମକୁ ଦର୍ଶାଉଛି । ପୂର୍ବରୁ, ଭାରତ ଏସୀୟ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା ।



Source link

Leave A Reply

Your email address will not be published.