Voice of Eastern India

ଇରାନ ସେନା IRGCକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ୍‌


ନୂଆଦିଲ୍ଲୀ: ଇରାନର ପ୍ରଭାବଶାଳୀ ସେନା ବାହିନୀ ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ’ (IRGC) ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି ବ୍ରିଟେନ ସରକାର । ବ୍ରିଟେନର ଗୃହ ସଚିବ ଶବାନା ମହମୁଦ୍ ଘୋଷଣା କରିଛନ୍ତି ଯେ,  IRGCକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରିବ ୟୁକେ । ବ୍ରିଟେନ ସରକାରଙ୍କ ଏହି ଘୋଷଣା ପରେ, ବ୍ରିଟେନ ମାଟିରେ IRGC କୁ କୌଣସି ପ୍ରକାରର ସମର୍ଥନ କରିବା କିମ୍ବା ଏହାର ସଦସ୍ୟ ହେବା ଏକ ଗୁରୁତର ଅପରାଧ ହେବ।

ଏହି ସଂଗଠନ ସହ ଜଡ଼ିତ ଗତିବିଧି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବ୍ରିଟେନ ସରକାର । ଇରାନର ଏହି ଶକ୍ତିଶାଳୀ ସାମରିକ ବାହିନୀକୁ ବ୍ରିଟେନରେ ନିଷେଧ କରାଯିବ କି ନାହିଁ, ସେ ନେଇ ବ୍ରିଟେନର ରାଜନୈତିକ ମହଲରେ ଦୀର୍ଘ ବର୍ଷ ହେବ ବିତର୍କ ଚାଲିଥିଲା। ଏହି ନିଷ୍ପତ୍ତି ସହ ଦୀର୍ଘ ଦିନର ସେହି ବିତର୍କର ଅନ୍ତ ଘଟିଛି।

ବ୍ରିଟେନର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, IRGC ର କାର୍ଯ୍ୟକଳାପ ବ୍ରିଟେନର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲା। ଏହି ସଂଗଠନ ବ୍ରିଟେନ ବିରୋଧୀ ତଥା ସନ୍ଦେହଜନକ ଗତିବିଧିରେ ସାମିଲ ଥିବା ନେଇ ମନ୍ତ୍ରୀ ଏବଂ ସୁରକ୍ଷା ଅଧିକାରୀମାନଙ୍କୁ ଯଥେଷ୍ଟ ପ୍ରମାଣ ମିଳିଛି। ଜାତୀୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏବଂ ଆତଙ୍କବାଦ ବିରୋଧୀ ନୀତିକୁ ଆହୁରି କଡ଼ାକଡ଼ି କରିବା ଲକ୍ଷ୍ୟରେ ବ୍ରିଟେନ ସରକାର ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି।



Source link

Leave A Reply

Your email address will not be published.