Voice of Eastern India

‘ଆମେ ଇନଷ୍ଟାଗ୍ରାମରେ ସବୁଠୁ ପ୍ରସିଦ୍ଧ କପୁଲ’ : ମୋଦୀଙ୍କୁ ଭେଟି ମଜାଳିଆ କଥା କହିଲେ ମେଲୋନୀ, ଭିଡିଓ ଭାଇରାଲ


ପ୍ୟାରିସ୍,|୦୬:ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଫ୍ରାନ୍ସ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ସେ ବିଶ୍ୱର ଅନେକ ଟପ୍ ନେତାଙ୍କୁ ସାକ୍ଷାତ କରିଛନ୍ତି । ଆମେରିକା ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ମୋଦୀ ଭେଟିଛନ୍ତି । ଯାହା ପରେ ମେଲୋନୀ ମୋଦୀଙ୍କୁ ନେଇ ମଜାଳିଆ କମେଣ୍ଟ କରିଛନ୍ତି ।

ମୋଦୀଙ୍କ ଜି-୭ ଗସ୍ତରେ ସବୁଠୁ ଚର୍ଚ୍ଚାରେ ଥିଲା ମେଲୋନୀଙ୍କ ସହ ଭେଟଘାଟ୍ । ଯାହା ସମସ୍ତଙ୍କ ନଜରକୁ ଆସିଛି । ଏହାସହ ଭାଇରାଲ ମଧ୍ୟ ହେଉଛି । ବଶ୍ୱର ଟପ୍ ନେତା ଗ୍ରୁପ୍ ଫଟୋ ପାଇଁ ଏକାଠି ହେବା ପୂର୍ବରୁ ମୋଦୀ ଏବଂ ମେଲୋନୀ କିଛି ସମୟ ପାଇଁ ଆଲୋଚନା କରିଥିଲେ । ପରସ୍ପରକୁ ଅଭିବାଦନ ଜଣାଇଥିଲେ । ଯାହା ନେଟିଜେନ୍ସକୁ ପସନ୍ଦ ଆସିଛି ।

କ’ଣ କହିଲେ ମେଲୋନୀ

ମେଲୋନୀ ମୋଦୀଙ୍କୁ ଭେଟି ଆପଣଙ୍କ ସହ ଆଉ ଥରେ ସାକ୍ଷାତ କରି ଭଲ ଲାଗୁଛି ବୋଲି କହିଥିଲେ । ଏହାସହ ସେ ଏବଂ ମୋଦୀ ଇନଷ୍ଟାଗ୍ରାମରେ ସବୁଠୁ ପ୍ରସିଦ୍ଧ କପୁଲ ବା ବ୍ୟକ୍ତି ବୋଲି ମେଲୋନୀ ଥଟାରେ ମୋଦୀଙ୍କୁ କହିଥିଲେ । ଏହାପରେ ମୋଦୀ ମଧ୍ୟ ହଁ ସେମାନେ ଇନଷ୍ଟାଗ୍ରାମରେ ବହୁତ ଫେମସ ବୋଲି ପ୍ରକାଶ କରିଥିଲେ ।

Also Read :- ଚିନ୍ତାରେ ଉଦ୍ଧବ : ଶିବସେନା ସାଂସଦଙ୍କୁ ଦିଆଯାଉଛି ୧୫ କୋଟିର ଅଫର ! ଗୁରୁତର ଅଭିଯୋଗ ଆଣିଲେ ସଞ୍ଜୟ

ରିପୋର୍ଟ ଅନୁସାରେ, ସୋସିଆଲ ମିଡିଆରେ ମୋଦୀ ଏବଂ ମେଲୋନୀ ନେଟିଜେନ୍ସଙ୍କ ପାଇଁ ଅନେକ ସମୟରେ ମଜାଳିଆ ଢଙ୍ଗରେ ପୋଷ୍ଟ କରନ୍ତି । ନେଟିଜେନ୍ସ ମଧ୍ୟ ଉଭୟଙ୍କ ମେଲୋଡୀ ଡାକନ୍ତି । ଯେଉଁଥି ପାଇଁ ଗତ କିଛି ଦିନ ତଳେ ମୋଦୀ ମେଲୋନୀଙ୍କୁ ଭାରତର ପ୍ରସିଦ୍ଧ ମେଲୋଡୀ ଚକଲେଟ୍ ଗିଫ୍ଟ୍ କରିଥିଲେ । ଯାହା ଅଧିକ ଚର୍ଚ୍ଚିଚ ହୋଇଥିଲା ।

ମେଲୋଡୀ ଟ୍ରେଣ୍ଡ୍

୨୦୨୩ରେ ଦୁବାଇରେ ଆୟୋଜିତ କୋପ୍ ୨୮ ସମ୍ନିଳନୀରେ ମେଲୋନୀ ମୋଦୀଙ୍କ ସହ ଏକ ସେଲଫି ପୋଷ୍ଟ୍ କରିଥିଲେ । ଏଥିରେ ସେ ଗୁଡ୍ ଫ୍ରେଣ୍ଡସ୍ ଆଟ୍ କୋପ୍ ୨୮ ଲେଖିବା ସହ ମେଲୋଡୀ ବୋଲି ଉଲ୍ଲେଖ କରିଥିଲେ । ଯାହା ସୋସିଆଲ ମିଡିଆ ୟୁଜରଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହାପରେ ଏହା ଟ୍ରେଣ୍ଡ୍ ହୋଇଯାଇଥିଲା ।





Source link

Leave A Reply

Your email address will not be published.