Voice of Eastern India

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ


ନୂଆଦିଲ୍ଲୀ: ଭାରତୀୟ ସେନା ଆମେରିକାଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ (ATGM) କିଣିବା ପାଇଁ ଲେଟର ଅଫ୍ ଅଫର୍ ଆଣ୍ଡ ଆକ୍ସେପ୍ଟାନ୍ସ (LOA)ରେ ସ୍ୱାକ୍ଷର କରିଛି। ଆମେରିକାର ଫରେନ ମିଲିଟାରି ସେଲ୍ସ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରତିରକ୍ଷା ସାମଗ୍ରୀ କ୍ରୟ କରାଯିବ।

ଏହି ଚୁକ୍ତି ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆମେରିକା କହିଛି। ଶୁକ୍ରବାର, ଅଗଷ୍ଟ ୨୮ରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର କହିଛନ୍ତି, “ଏହି ଚୁକ୍ତି ଏକ ଏଭଳି ପ୍ରତିରକ୍ଷା ସହଭାଗିତାକୁ ପ୍ରତିଫଳିତ କରୁଛି, ଯାହା ଅଧିକ ଗଭୀର, ଦକ୍ଷ ଓ ପ୍ରଭାବଶାଳୀ ହେଉଛି।”

୪୫.୭ ମିଲିୟନ୍ ଡଲାରର ଚୁକ୍ତି

ଜାଭେଲିନ୍ ମିସାଇଲ୍ ସିଷ୍ଟମର ସମ୍ଭାବ୍ୟ ବିକ୍ରିକୁ ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ପ୍ରାୟ ୯ ମାସ ପୂର୍ବରୁ ଅନୁମୋଦନ କରିଥିଲା। ଏହି ସମ୍ଭାବ୍ୟ ଚୁକ୍ତିର ମୂଲ୍ୟ ପ୍ରାୟ ୪୫.୭ ମିଲିୟନ୍ ଡଲାର ବୋଲି କୁହାଯାଇଥିଲା। ଜାଭେଲିନ୍ ହେଉଛି ଏକ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ, ଯାହା ଆମେରିକୀୟ ସେନା, ଆମେରିକୀୟ ମେରିନ୍ କର୍ପସ୍ ସମେତ ଅନେକ ଦେଶର ସେନା ବ୍ୟବହାର କରୁଛନ୍ତି। ଏହି ମିସାଇଲ୍ ସିଷ୍ଟମକୁ ଟ୍ୟାଙ୍କ ଓ ଅନ୍ୟାନ୍ୟ ସଶସ୍ତ୍ର ଯାନ ସମେତ ବିଭିନ୍ନ ଲକ୍ଷ୍ୟ ଏବଂ ସୁରକ୍ଷିତ ସାମରିକ ସ୍ଥାନକୁ ଆକ୍ରମଣ କରିବା ପାଇଁ ଡିଜାଇନ୍ କରାଯାଇଛି।

Also Read- ୫ ମିନିଟ୍‌ରେ ୧ ଲକ୍ଷରୁ ୪୪ ଲକ୍ଷ! ସେନସେକ୍ସର ହଠାତ୍ ଝଟକାକୁ ନେଇ ଚର୍ଚ୍ଚା, ଟ୍ରେଡରଙ୍କ ଦାବି ଭାଇରାଲ

ଜାଭେଲିନ୍ ମିସାଇଲ୍ର ନିର୍ମାଣ ଜାଭେଲିନି ଯୁଗ୍ମ ଉଦ୍ୟମ(ଜଏଣ୍ଟ ଭେଞ୍ଚର) ମାଧ୍ୟମରେ ହୋଇଥାଏ। ଏହି ଯୁଗ୍ମ ଉଦ୍ୟମରେ ଆମେରିକାର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଆରଟିଏକ୍ସ ଓ ଲକହିଡ୍ ମାର୍ଟିନ ସାମିଲ ଅଛନ୍ତି। ଏହି ଚୁକ୍ତି ଗତ ବର୍ଷ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷର ହୋଇଥିବା ୧୦ ବର୍ଷିଆ ପ୍ରତିରକ୍ଷା ଫ୍ରେମୱାର୍କ ପରେ ଦୁଇ ଦେଶର ବଢ଼ୁଥିବା ସାମରିକ ସହଯୋଗର ଆଉ ଏକ ଉଦାହରଣ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

କଣ କହିଲା ଆମେରିକା ?

ଏନେଇ ଆମେରିକାର ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଜାଭେଲିନ୍ ଚୁକ୍ତି ଭାରତୀୟ ସେନା ପ୍ରତି ଆମେରିକାର ସମର୍ଥନର ଗଭୀରତାକୁ ପ୍ରଦର୍ଶନ କରୁଛି। ଏହା ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ମିଳିତ ଉତ୍ପାଦନ (co-production) ନେଇ ଆଲୋଚନାର ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିବ।

ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର କହିଛନ୍ତି ଯେ, ଜାଭେଲିନ୍ ଚୁକ୍ତି ଭାରତୀୟ ସେନା ପ୍ରତି ଆମେରିକାର ଦୃଢ଼ ସମର୍ଥନକୁ ଦର୍ଶାଉଛି। ଏହା ସହିତ ଭବିଷ୍ୟତରେ ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ଅଧିକ ସହଯୋଗର ସମ୍ଭାବନା ରହିଛି। ଆମେରିକା-ଭାରତ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ଦୃଢ଼ କରିବା ସହ ଉଭୟ ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ମଜବୁତ କରିବା ଦିଗରେ ଏହି ଚୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।



Source link

Leave A Reply

Your email address will not be published.