Voice of Eastern India

ଆମେରିକା-ଇରାନ୍ ଶାନ୍ତି ଚୁକ୍ତିର ପ୍ରଭାବ : ହ୍ରାସ ପାଇଲା ଅଶୋଦ୍ଧିତ ତୈଳ ଦର, ଏବେ ଏତିକି ରେଟ୍


ତେହେରାନ,୧୫|୦୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଛି । ଶାନ୍ତି ଚୁକ୍ତି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି । ଫଳରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିଛି । ଯାହାର ପ୍ରଭାବ ଅଶୋଦ୍ଧିତ ତୈଳ ଦର ଉପରେ ପଡିଛି । ଟ୍ରମ୍ପଙ୍କ ଶାନ୍ତି ଚୁକ୍ତି ଘୋଷଣା ପରେ ଦାମ୍ ଖସି ଯାଇଛି ।

ରିପୋର୍ଟ ଅନୁସାରେ, ସୋମବାର ଅଶୋଦ୍ଧିତ ତୈଳ ଦର.ଡଲାର ବାପ୍ରତିଶତ ଖସିଛି । ବ୍ୟାରେଲ୍ ପିଛା ଦର ୮୩.୦୭ ଡଲାରରେ ଟ୍ରେଣ୍ଡ୍ କରୁଛି । ସେହିପରି ୟୁଏସ୍ ଓ୍ୱେଷ୍ଟ୍ ଟେକସାସ୍ ଇଣ୍ଟରମିଡିଏଟ୍ .୭ ଡଲାର ବା .୬ ପ୍ରତିଶତ ହ୍ରାସ ପାଇଛି । ଯାହା ବ୍ୟାରେଲ୍ ପିଛା ୮୦.୧୨ ଡଲାର ରହିଛି । ଶୁକ୍ରବାର ମଧ୍ୟ ଏହି ଦୁଇ ତୈଳ ଦରରେପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା ।

Also Read :- ୧୪ ସର୍ତ୍ତରେ ରାଜି ହେଲେ ଇରାନ ଏବଂ ଆମେରିକା : USA ଆଗରେ ଏହି ସବୁ ଦାବି ରଖିଲା ତେହେରାନ୍

ରୟଟର୍ସ ଅନୁସାରେ, ଇରାନର ମନ୍ତ୍ରୀ କାଜେମ୍ ଗରିବାବାଦୀ କହିଛନ୍ତି ଯେ, ୬୦ଦିନର ସିଜ୍ ଫାୟାର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଚୁକ୍ତି ବିଧିବଦ୍ଧ ଭାବେ ଜେନେଭାରେ ସ୍ୱାକ୍ଷରିତ ହୋଇପାରେ । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବରେ ପାକିସ୍ତାନର ଅନେକ ହାତ ଥିବା କୁହାଯାଉଛି ।

ଟ୍ରମ୍ପଙ୍କ ପ୍ରତିକ୍ରିୟା

ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଏବେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଖୋଲିବ । ଆମେରିକୀୟ ନୌସେନା ଯେଉଁ କଟକଣା ଲଗାଇଥିଲା ତାହାକୁ ହଟାଇ ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଟ୍ରମ୍ପ୍ ଲେଖିଛନ୍ତି ଯେ, ସମସ୍ତଙ୍କୁ ଅଭିନନ୍ଦନ । ଯେଉଁମାନେ ଶାନ୍ତି ଚୁକ୍ତିରେ ସାମିଲ ଥିଲେ ସମସ୍ତଙ୍କୁ ଶୁଭେଚ୍ଛା । ଏବେ ଚୁକ୍ତି ସରିଛି । ହର୍ମୋଜ୍ ଦେଇ ଚଳାଚଳ ଉପରେ କିଛି ଟ୍ୟାକ୍ସ ଲାଗିବ ନାହିଁ । ଆମେରିକା ନୌସେନାକୁ ଏଠାରୁ ତୁରନ୍ତ ହଟାଇ ଦିଆଯାଇଛି । ବିଭିନ୍ନ ଦେଶର ଜାହାଜ ଏହି ଷ୍ଟ୍ରେଟ୍ ଦେଇ ଏବେ ପରିବହନ କରିପାରିବେ ।



Source link

Leave A Reply

Your email address will not be published.