ରିଓ,୧୫|୦୬: ମୁହାଁମୁହିଁ ହେଲେ ଦୁଇ ହେଲିକପ୍ଟର । ଚାଲିଗଲା୬ଜୀବନ । ଏପରି ଅଘଟଣ ଘଟିଛି ବ୍ରାଜିଲର ରିଓ ଡି ଜେନେରିଓରେ । ଏଠାରେ ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି ।
ରିପୋର୍ଟ ଅନୁସାରେ, ରବିବାର ବ୍ରାଜିଲର ରିଓ ଡି ଜେନେରିଓରେ ଦୁଇଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛନ୍ତି । ଧକ୍କା ହେବା ଫଳରେ ହେଲିକପ୍ଟର ଦ୍ୱୟରେ ନିଆଁ ଲାଗିଯାଇଥିଲା । ଏହାସହ ରାସ୍ତାରେ ଖସି ପଡିଥିଲା । ଫଳରେ ରାସ୍ତାରେ ଯାଉଥିବାଅନେକ ଗାଡିରେ ମଧ୍ୟ ହେଲିକପ୍ଟରରୁ ନିଆଁ ଲାଗିଯାଇଥିଲା ।
ଦମକଳ ବାହିନୀର କହିବାନୁସାରେ, ଦୁଇଟି ହେଲିକପ୍ଟର ଆକାଶରେ କୌଣସି କାରଣକୁ ପରସ୍ପରକୁ ଧକ୍କା ଦେଇଥିଲେ । ଏହାପରେ ଉଭୟ ଏକ ପାର୍କିଂ ପାଖ ରାସ୍ତାରେ ଖସି ପଡିଥିଲେ । ଫଳରେ ସେଠାରେ ଥିବା୨୦ଟି ଗାଡିରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ୬ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ସମସ୍ତ ମୃତକ ବିମାନର କ୍ରୁ ମେମ୍ବର ଅଟନ୍ତି ।
ସ୍ଥାନୀୟ ଗଣମାଧ୍ୟମ ହେଲିକପ୍ଟର ଦୁର୍ଘଟଣାର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରାସ୍ତାରେ ଖସି ପଡିବା ପରେ ସବୁଆଡେ କଳା ଧୂଆଁ ଖେଳିଯାଇଛି । କାରଣ ଦୁର୍ଘଟଣା ପରେ ଅନେକ ଗାଡିରେ ନିଆଁ ଲାଗିଯାଇଥିଲା ।
Also Read :- ବନ୍ଦ ହେଲା ଆମେରିକା-ଇରାନ ଯୁଦ୍ଧ : ଶାନ୍ତି ଚୁକ୍ତି କଲେ ଦୁଇ ଦେଶ, ଏବେ ଖୋଲିବ ହର୍ମୋଜ୍
ଦୁର୍ଘଟଣା ପରେ ବିସ୍ଫୋରଣ
ଅନ୍ୟ ଏକମିଡିଆ କହିଛି ଯେ, ହେଲିକପ୍ଟର ଦ୍ୱୟ ଧକ୍କା ହେଲା ପରେ ପ୍ରବଳ ବିସ୍ଫୋରଣ ହୋଇଥିଲା । ଏହାପରେ ସେମାନେ ଅନେକ ଇ କାର୍ ଉପରେ ଖସି ପଡିଥିଲେ । ତେବେ ରାସ୍ତାରେ ଯାଉଥିବା କେହି ବ୍ୟକ୍ତି ଏଥିରେ ମୃତାହତ ହୋଇନଥିବା ଜଣା ପଡିଛି ।
