Voice of Eastern India

ବାଲିଯାତ୍ରାରେ ଫୁଡ୍ ସେଫ୍ଟି ଟିମ୍‌ର ବଡ଼ ଚଢ଼ାଉ, ଏକାଧିକ ଦୋକାନରୁ ଜବତ ହେଲା ବାସି ଖାଦ୍ୟ


କଟକ ୨୭।୧୧ : ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟି ଟିମ ବଡ଼ ଚଢ଼ାଉ । କଟକ ତଳ ବାଲିଯାତ୍ରା ପଡ଼ିଆରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କେଏମ୍ସି ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ଆଜି ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଏକାଧିକ ଖାଦ୍ୟ ଦୋକାନ ଯାଞ୍ଚ କରାଯିବା ସହ ବିପୁଳ ପରିମାଣର ବାସି ଖାଦ୍ୟ ଜବତ କରାଯାଇଛି।

ଖବର ଅନୁଯାୟୀ, ବାଲିଯାତ୍ରା ପଡ଼ିଆରେ ଲାଗିଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଫୁଡ୍ ସେଫ୍ଟି ଟିମ୍ ଅଚାନକ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକାଧିକ ଦୋକାନରୁ ବାସି ଖାଦ୍ୟ ମିଳିଥିବା ଜଣାପଡ଼ିଛି। ଏହାକୁ ଜବତ କରିବା ସହ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଯାଞ୍ଚ କରାଯାଇଛି।

Also Read:-ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ; କଟକ ପାଇଁ ବଡ଼ ଭେଟି ସହ ବାଲି ଦ୍ୱୀପ ସହ ସମ୍ପର୍କ ମଜଭୁତ କରିବାକୁ ବଡ଼ ଘୋଷଣା

ତେବେ କେଉଁ କେଉଁ ଦୋକାନରୁ କେତେ ପରିମାଣର ବାସି ଖାଦ୍ୟ ଜବତ ହୋଇଛି ଏବଂ ଦୋକାନୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଇଛି, ସେନେଇ ଅଧିକ ତଥ୍ୟ ମିଳିବାକୁ ବାକି ରହିଛି।



Source link

Leave A Reply

Your email address will not be published.