Voice of Eastern India

ଦୁର୍ବଳ ହେବ ବାତ୍ୟା ‘ଅକଭାନ’ !, ୧୯ ଓ ୨୦ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା


ଭୁବନେଶ୍ୱର ୧୮।୧୧ : ବାତ୍ୟା ‘ଅକଭାନ’ର ପ୍ରଭାବ କ୍ରମଶଃ କମିବାର ଆକଳନ କରାଯାଉଛି। ସ୍ଥଳଭାଗ ଅତିକ୍ରମ କରିବା ବେଳକୁ ଏହା ଅତି ଭୀଷଣ ବାତ୍ୟା ଶ୍ରେଣୀରେ ଆଉ ରହିବ ନାହିଁ। ଭୀଷଣ ବାତ୍ୟା ରୂପରେ ଉପକୂଳ ଅତିକ୍ରମ କରିବା ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ଆକଳନ କରାଯାଇଛି।

ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳ ଦେଇ ବାତ୍ୟା ‘ଅକଭାନ’ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ବାତ୍ୟାର ପ୍ରଭାବରେ ଆଜି ସନ୍ଧ୍ୟାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Also Read:-ଧୀରେ ଧୀରେ ମାଡ଼ି ଆସୁଛି ଅକଭାନ, ନେଲା ଭୀଷଣ ଝଡ଼ର ରୂପ, ଲ୍ୟାଣ୍ଡଫଲ୍‌ ପରେ ମାଲକାନଗିରି ଆଡ଼କୁ ମୁହାଁଇବ !

ବିଶେଷକରି ୧୯ ଓ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ଆଶଙ୍କା ରହିଛି। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୧ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ବାତ୍ୟାର ତୀବ୍ରତା ହ୍ରାସ ପଛରେ ୱିଣ୍ଡ୍ ସିୟର୍‌ର ପ୍ରଭାବ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ୱିଣ୍ଡ୍ ସିୟର୍ ଅଧିକ ଥିବାରୁ ବାତ୍ୟା ନିଜର ଶକ୍ତି ବଜାୟ ରଖିବାରେ ବାଧା ସୃଷ୍ଟି ହେଉଛି। ସମୁଦ୍ର ମଧ୍ୟରେ ଏହା ଶକ୍ତିଶାଳୀ ହେଉଥିଲେ ମଧ୍ୟ ଉପକୂଳ ନିକଟକୁ ଆସିବା ବେଳକୁ ଦୁର୍ବଳ ହୋଇଯିବ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ।

Watch Video:-

​​​​​​​



Source link

Leave A Reply

Your email address will not be published.