Voice of Eastern India

ସମ୍ଭାବ୍ୟ ବାତ୍ୟା ଅକଭାନର ମୁକାବିଲା ଲାଗି ପ୍ରସ୍ତୁତି, ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ


ଛତ୍ରପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଘନ ଘନ ବୈଠକ କରିଛନ୍ତି l ରବିବାର ରାତିରେ ଜିଲ୍ଲାପାଳ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଆକଭାନର ମୁକାବିଲାରେ ସମସ୍ତ ବିଭାଗର ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  l

ନଦୀ କୁଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି  l ଆସନ୍ତା ୧୭ ତାରିଖ ଦିନ ସେମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ କହିଛନ୍ତି  l ଏହା ସହିତ ଉକ୍ତ ଆଶ୍ରୟସ୍ଥଳୀଗୁଡିକରେ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ସମେତ ରନ୍ଧା ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

​​​​​​​

ଗତ ବାତ୍ୟାରେ ଯେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେହି ସ୍ଥାନମାନଙ୍କର ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବା ପାଇଁ ସମସ୍ତ ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  l ଏହା ସହ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବାକୁ କୁହାଯାଇଛି  l ଗତ ଅର୍ଣ୍ଣବ ବାତ୍ୟାରେ ଯେଉଁ ଯେଉଁ ସ୍ଥାନରେ ଭୁସ୍ଖଳନ ହୋଇଥିଲା ସେହି ସ୍ଥାନମାନ ଚିହ୍ନଟ କରାଯାଇଛି ଏବଂ ଆସନ୍ତା ୧୭ ତାରିଖରେ ସେମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି l

ସେହିପରି ଚାଷୀମାନଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ସମସ୍ତ ସ୍ଥାନରେ କୃଷି ବିଭାଗ ପକ୍ଷରୁ ସତର୍କ କରାଯାଇଛି l ଯେଉଁ ସ୍ଥାନରେ ଧାନଗୁଡ଼ିକ ପାଚି ଯାଇଛି ସେହି ସ୍ଥାନରେ ତୁରନ୍ତ ସେଗୁଡ଼ିକର ସୁରକ୍ଷା ପାଇଁ ଧ୍ୟାନ ଦିଆଯାଇଛି l କୃଷି ମିତ୍ରଙ୍କ ସମେତ କୃଷି ବିଭାଗର ଅଧିକାରୀମାନେ ଚାଷୀମାନଙ୍କୁ ସହଯୋଗ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି  l

Also Read: ଆସନ୍ତା ୧୯ ଯାଏଁ ଅଶାନ୍ତ ରହିବ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଆଜି ବିଭିନ୍ନ ନଦୀ କୂଳିଆ ଅଞ୍ଚଳ ପରିଦର୍ଶନ କରି ଋଷିକୂଲ୍ୟା ନଦୀର ଯେଉଁଠି ଯେଉଁଠି ନଦୀ ହୁଡ଼ାଗୁଡ଼ିକ ଭାଙ୍ଗିଥିଲା ସେଗୁଡିକ ବୁଲି ଦେଖିଥିଲେ  l ଯେଉଁଠି ନଦୀ ହୁଡ଼ା ଭାଙ୍ଗିଥିଲା ସେହି ସ୍ଥାନମାନଙ୍କରେ ମାଟି ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି । ତାହାର ସ୍ଥାୟୀ ମରାମତି ପାଇଁ ଡିପିଆର ପ୍ରସ୍ତୁତ କରାଯାଇଛି । ସେଗୁଡିକର କାମ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି l



Source link

Leave A Reply

Your email address will not be published.