Voice of Eastern India

ରାତିରେ କାଳୀପୂଜା ଦେଖିବାକୁ ଯାଇଥିଲା ପୁଅ, ୪ ଦିନ ପରେ କୂଅରୁ ମିଳିଲା ମୃତଦେହ


ଚାନ୍ଦବାଲି, ୧୫।୧୧ : ନିଖୋଜ ହେବାର ଚାରିଦିନ ପରେ କୂଅରୁ ମିଳିଲା ଗଳିତ ମୃତଦେହ । କେମିତି ହେଲା ମୃତ୍ୟୁ ତାହା ଏବେ ସନ୍ଦେହ ଘେରରେ । ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଆରମ୍ଭ ହୋଇଯାଇଚି ତଦନ୍ତ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ପଞ୍ଚାୟତ ନିଶ୍ଚନ୍ତା ଜେନା ସାହିରେ।

ରିପୋର୍ଟ ଅନୁସାରେ, ଗ୍ରାମର ସୁବାସ ସାହୁଙ୍କ ସାନପୁଅ ପବିତ୍ର ସାହୁ ୧୨ ତାରିଖ ଦିନ ବାପାଙ୍କ ସହିତ ଚାନ୍ଦବାଲି କାଳୀପୂଜା ଦେଖିବାକୁ ଯାଇଥିଲେ। ଚାନ୍ଦବାଲିରୁ ରାତିରେ ଫେରି ପରିବାର ଲୋକେ ଖାଇ ପିଇ ଶୋଇ ପଡିଥିଲେ। କିନ୍ତୁ ସକାଳେ ପୁଅ ନଥିଲା । ୧୩ ତାରିଖ ସକାଳୁ ଚାରିଆଡେ ବହୁତ ଖୋଜାଖୋଜି କରିଥିଲେ ପରିବାର ଲୋକେ । କିନ୍ତୁ ପୁଅ ପବିତ୍ରକୁ ପାଇ ନଥିଲେ।

Also Read :- ଖୋଲିବ ଘୋଡ଼ାହାଡ଼ ଡ୍ୟାମ୍ ଗେଟ୍ : ଲୋକଙ୍କୁ କରାଗଲା ସତର୍କ

ବହୁ ଖୋଜାଖୋଜି ପରେ ସୁବାସ ସାହୁ ଚାନ୍ଦବାଲି ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ। ତେବେ ରବିବାର ସକାଳୁ ସୁବାସଙ୍କ ଘର ପଛପଟେ ଥିବା ଏକ କୂଅରୁ ଦୁର୍ଗନ୍ଧ ବାହାରିବାରୁ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ କୂଅ ଭିତରେ ତାଙ୍କ ପୁଅ ପବିତ୍ରଙ୍କ ଗଳିତ ମୃତଦେହ ପଡି ରହିଥିବା ସେମାନେ ଦେଖିଥିଲେ । କେମିତି ପବିତ୍ର କୂଅ ଭିତରକୁ ଗଲେ ଓ କିଭଳି ତାଙ୍କର ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ। ଚାନ୍ଦବାଲି ଅଗ୍ନିଶମ ବିଭାଗକୁ ପରିବାର ଲୋକେ ଖବର ଦେବା ପରେ ଅଗ୍ନିଶମ ବିଭାଗ ଆସି ମୃତଦେହକୁ ଉଦ୍ଧାର କରିଛନ୍ତି। ଏବେ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।



Source link

Leave A Reply

Your email address will not be published.