ନୂଆଦିଲ୍ଲୀ, ୧୪।୧୧ : ସମ୍ପ୍ରତି ସୁନା ଦର ତଳମୁହାଁ ହୋଇଛି। ରାଜଧାନୀ ଭୁବନେଶ୍ଵରରେ ୪ ଦିନରେ ୬,୬୫୦ ଟଙ୍କା ଶସ୍ତା ହୋଇଛି ୨୨ କ୍ୟାରେଟ୍ ସୁନା। ଅନ୍ୟପକ୍ଷରେ, ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଏହି ୪ ଦିନରେ ୭,୨୦୦ ଟଙ୍କାରୁ ଅଧିକ କମିଯାଇଛି।
ଶୁକ୍ରବାର ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୨୨୫୦ ଟଙ୍କା ଏବଂ ୨୪୫୦ ଟଙ୍କା ହ୍ରାସ ଘଟିଛି। ଫଳରେ ଉଭୟ ଯଥାକ୍ରମେ ୧,୨୫,୯୦୦ ଟଙ୍କା ଏବଂ ୧,୩୭,୩୫୦ ଟଙ୍କାକୁ ଖସିଆସିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୫,୦୦୦ ଟଙ୍କା ଶସ୍ତା ହୋଇ ୧,୯୫,୦୦୦ ଟଙ୍କାକୁ ଖସିଆସିଛି। ସୁନା ଦାମ ରେକର୍ଡ ୧.୮୦ ଲକ୍ଷ ଟଙ୍କାରୁ ଖସିଆସିଛି। ଏଭଳି ସମୟରେ ଧନ୍ତେରସ ଏବଂ ଦୀପାବଳିରେ ଭଲ କାରବାର ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
Also Read :- ଆସୁଛି 'ଅକଭନ' : ଗୋପାଳପୁର-ବିଶାଖାପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ ! ଚିନ୍ତାରେ ଚାଷୀ
ରିପୋର୍ଟ ଅନୁସାରେ, ଗତ ବର୍ଷ ତୁଳନାରେ ଏ ବର୍ଷ ଧନତେରସ ଏବଂ ଦୀପାବଳିରେ ସୁନା କ୍ରୟ ୩୦% ବଢ଼ିଛି। ଏହି ସମୟରେ ଦେଶରେ ପାଖାପାଖି ୮୯ ଟନ ସୁନା କିଣିଛନ୍ତି ଦେଶବାସୀ, ଯାହାର ମୂଲ୍ୟ ପାଖାପାଖି ୭୨,୦୦୦ କୋଟି ଟଙ୍କା। ଅନ୍ୟପକ୍ଷରେ, ରୁପା କ୍ରୟ ବି ୧୦% ବଢ଼ି ୩୦୦ ଟନରେ ପହଞ୍ଚିଯାଇଛି, ଯାହାର ମୂଲ୍ୟ ପାଖାପାଖି ୫,୪୦୦ କୋଟି ଟଙ୍କା। ଇଣ୍ଡିଆନ୍ ବୁଲିୟନ ଆଣ୍ଡ୍ କ୍ସେଲର୍ସ ଆସୋସିଏସନ୍( ଆଇବିଜେଏ)ର ରାଷ୍ଟ୍ରୀୟ ସଚିବ ସୁରେନ୍ଦ୍ର ମେହେଟ୍ଟା କୁହନ୍ତି, ଦର ବଢ଼ିବା କାରଣରୁ ଲୋକେ ସୁନା କ୍ରୟକୁ ସ୍ଥଗିତ ରଖିଥିଲେ। ଏବେ ଦରରେ ହ୍ରାସ ଜାରି ରହିଥିବାରୁ ବଜାରରେ ପୁଣି ଚାହିଦା ଫେରୁଛି।
Source link
