ନୂଆଦିଲ୍ଲୀ, ୧୩।୧୧ : ଇରାନ ଉପରେ ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ମଧ୍ୟରେ ମତଭେଦ ବଢ଼ିଛି। ରିପୋର୍ଟ ଅନୁସାରେ ଗତ ୮ ତାରିଖରେ ଉଭୟଙ୍କ ମଧ୍ୟରେ ଫୋନରେ ଜୋରଦାର ଯୁକ୍ତିତର୍କ ହୋଇଛି। ଏହି ସମୟରେ ଉଭୟେ ପରସ୍ପର ଉପରେ ଚିଲାଉଥିବା ମଧ୍ୟ ଜଣାଯାଇଛି।
ନେତନ୍ୟାହୁ ଇରାନ ଉପରେ ପୁଣି ଆକ୍ରମଣ କରିବାକୁ ଆମେରିକା ଉପରେ ଚାପ ପକାଉଛନ୍ତି । କିନ୍ତୁ ଟ୍ରମ୍ପ୍ ଏଥିପାଇଁ ରାଜି ନାହାନ୍ତି। ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ ମୁତାବକ, ଟ୍ରମ୍ପ୍ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଇରାନ ସହ ଆଲୋଚନା ଆଗକୁ ବଢ଼ାଇବାର ଦାୟିତ୍ୱ ଦେଇଛନ୍ତି। ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଯୁକ୍ତିତର୍କ ଦାବିକୁ ଖାରଜ କରାଯାଇଛି।
Also Read :- ଆସୁଛି ବାତ୍ୟା ! ଆଜି ଲଘୁଚାପର ରୂପ ନେବ, ଏହି ଜାଗାରେ କରିପାରେ ଲ୍ୟାଣ୍ଡଫଲ୍
ଦୁଇ ନେତାଙ୍କ ମଧ୍ୟରେ କୌଣସି ଯୁକ୍ତିତର୍କ ହୋଇ ନ ଥିବା କାର୍ଯ୍ୟାଳୟ କହିଛି। ଇରାନ ଉପରେ ଆମେରିକା ପୁଣି ଆକ୍ରମଣ ଆରମ୍ଭ କରିବା ଏବଂ ସେଠାକାର ସରକାର ବଦଳାଇବାକୁ ଦାବି କରୁଛି। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଥିରେ ଥିବା ବିପଦକୁ ଶେଷ କରିବାକୁ ସେଠାକାର ସରକାରକୁ ହଟାଇବା ଜରୁରି ବୋଲି ଇସ୍ରାଏଲ କହୁଛି।
ମଙ୍ଗଳବାର ନେତନ୍ୟାହୁ ସଂସଦକୁ ସମ୍ଭୋଧିତ କଲା ବେଳେ କହିଥିଲେ, ଇରାନ ପୁଣି ପରମାଣୁ ବିପଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଅସ୍ତିତ୍ବର ଏହି ବିପଦକୁ ସବୁଦିନ ଲାଗି ଶେଷ କରିବାର ଏକମାତ୍ର ଉପାୟ ଆୟାତୁଲ୍ଲା ସରକାରକୁ ଶାସନରୁ ହଟାଇବା। ତେବେ ଟ୍ରମ୍ପ୍ ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି। ସେ ଆର୍ଥକ କଟକଣା, ଚାପ ଜରିଆରେ ଇରାନ ସହ ଆଲୋଚନା ମାଧ୍ୟମରେ ସର୍ତ୍ତ ପୂରଣ କରିବାକୁ ଚାହୁଁଛନ୍ତି ।
