Voice of Eastern India

ଶନିବାର ଗଞ୍ଜାମ ଗସ୍ତରେ ଯିବେ ନବୀନ ପଟ୍ଟନାୟକ, ବନ୍ୟା ବିପନ୍ନଙ୍କୁ ଭେଟିବା ସହ କରିବେ ସ୍ଥିତି ଅନୁଧ୍ୟାନ


ଭୁବନେଶ୍ବର ୬।୧୧: ଆସନ୍ତାକାଲି ଗଞ୍ଜାମ ଯିବେ ନବୀନ । ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ ପାଇଁ କାଲି ଗଞ୍ଜମ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ତଦାରଖ କରିବେ । ଆସନ୍ତାକାଲି ଭୁବନେଶ୍ୱରରୁ ୧୦ଟା ୫ରେ ବାହାରି ଶେରଗଡ଼ ଯିବେ । ଏହା ପରେ ହିଞ୍ଜିଳିକାଟୁ ଯିବେ । ସେଠାରେ ବନ୍ୟା ବିପନ୍ନଙ୍କ ସହିତ କଥା ହେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ କଥା ହେବେ । ସାଢେ ଗୋଟାଏରେ ଆସିକା ଯିବେ । ଦିନ ୨ଟା ୪୦ରେ ସୋରଡ଼ା ବାଲିଗୁଚ୍ଛାରେ ପହଞ୍ଚି ବନ୍ଯା ସ୍ଥିତି ଅନୁଧ୍ୟାନ କରିବେ ।

Also Read:- ଜମି ରେଜିଷ୍ଟ୍ରି ପାଇଁ ଲାଞ୍ଚ ଅଭିଯୋଗ, ମହିଳା ସବ୍ ରେଜିଷ୍ଟ୍ରାରଙ୍କୁ ଧରିଲା ଭିଜିଲାନ୍ସ

ସେପଟେ ବନ୍ୟା ମୁକାବିଲା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ବିଜେପି ସରକାର ଉପରେ ଲୋକଙ୍କ ଭରସା ନାହିଁ । ବନ୍ୟା ଓ ବାତ୍ୟାରେ ଜିରୋ କାଜୁଆଲିଟି ଫେଲ୍ ମାରିଛି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ଟିମ୍ ଗଞ୍ଜାମ ଗସ୍ତ କରି ଆଲୋଚନା କଲେ । ଲୋକଙ୍କ ସମସ୍ୟା ବୁଝିଲେ । ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ । ନବୀନ ବାବୁ ଓଡ଼ିଶାବାସୀଙ୍କ ସୁବିଧା ଅସୁବିଧାରେ ସବୁବେଳେ ଛିଡା ହୁଅନ୍ତି । ଲୋକଙ୍କ ସମସ୍ୟା ଦୂର କରନ୍ତି ବୋଲି ପ୍ରମିଳା କହିଛନ୍ତି ।

Watch Video:



Source link

Leave A Reply

Your email address will not be published.