Voice of Eastern India

‘ସୁପ୍ରିୟା ଏବେ ପ୍ରସ୍ତୁତ, ଆପଣ ବିଶ୍ରାମ ନିଅନ୍ତୁ’; ଶରଦ ପାୱାରଙ୍କୁ ଫୋନରେ କହିଲେ PM ମୋଦୀ !


ମୁମ୍ବାଇ: ଏନସିପି (ଏସପି) ମୁଖ୍ୟ ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଫୋନ୍‌ କରି ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ।  ଶରଦ ପାୱାରଙ୍କ ଘନିଷ୍ଠ ସହଯୋଗୀ ଭିଠଲ ମନିୟାରଙ୍କ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଶରଦ ପାୱାରଙ୍କୁ ଫୋନ କରି କହିଛନ୍ତି ଯେ, ‘ଆପଣ ସମ୍ପୂର୍ଣ୍ଣ ବିଶ୍ରାମ ନିଅନ୍ତୁ, ବର୍ତ୍ତମାନ ସୁପ୍ରିୟା (ଶରଦ ପାଓ୍ବାରଙ୍କ ଝିଅ) ପ୍ରସ୍ତୁତ ଅଛନ୍ତି ଏବଂ ଆମେ ସମସ୍ତେ ମିଶି ଦେଶର ଦାୟିତ୍ୱ ସମ୍ଭାଳିବୁ।’

ପ୍ରଧାନମନ୍ତ୍ରୀଙ୍କ ଏହି ଫୋନ୍ କଲ୍ ପରେ ଏନସିପିର ଉଭୟ ଗୋଷ୍ଠୀର ମିଶ୍ରଣ ଏବଂ ସୁପ୍ରିୟା ସୁଲେଙ୍କ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ଜୋର୍ ଧରିଛି। ପୁଣେର ଏକ ହସ୍ପିଟାଲରୁ ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ୮୫ ବର୍ଷୀୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଫୋନ୍ କଲ୍ କରିଥିଲେ। 

ପାୱାରଙ୍କ ସହଯୋଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଆଦରର ସହ ପାୱାରଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ। ଏହାର ଜବାବରେ ଶରଦ ପାୱାର କହିଥିଲେ ଯେ, ‘ମୁଁ ବିଶ୍ରାମ ନେଉଛି ଏବଂ ଆପଣମାନେ ସମସ୍ତେ ଥିବାବେଳେ ଦେଶକୁ ନେଇ ମୋର କୌଣସି ଚିନ୍ତା ନାହିଁ।’

ବିଜେପି ନେତୃତ୍ୱାଧୀନ ଏନଡିଏ ସହ ଏନସିପିର ମେଣ୍ଟ ଏବଂ ଦଳର ଦୁଇଟିଯାକ ଗୋଷ୍ଠୀର ମିଶ୍ରଣ କଳ୍ପନା ଭିତରେ ପ୍ରଧାନମନ୍ତ୍ରୀଙ୍କ ଏହି ଫୋନ୍‌ କଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ଅଜିତ ପାୱାରଙ୍କ ପରଲୋକ ପରେ ଏନସିପିର କ୍ଷମତା ସମୀକରଣରେ ବଡ଼ଧରଣର ପରିବର୍ତ୍ତନ ଆସିଛି। ଯଦିଓ ରାଜ୍ୟ ସ୍ତରରେ ଦଳର ନେତୃତ୍ୱ ସୁନେତ୍ରା ପାୱାରଙ୍କ ହାତକୁ ଯାଇଛି, ତଥାପି ଶରଦ ପାୱାରଙ୍କ ଗୋଷ୍ଠୀ ଏବଂ ବିଜେପି ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ରାଜନୀତି ସରଗରମ ହୋଇଛି । ପିଏମ ମୋଦୀ ଏବଂ ଶରଦ ପାଓ୍ବାରଙ୍କୁ ଆଲୋଚନାରୁ ଜଣାପଡ଼ୁଛି, ସାଂସଦ ଏବଂ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ । 



Source link

Leave A Reply

Your email address will not be published.