Voice of Eastern India

‘ଭୁବନେଶ୍ୱର କୁମାରଙ୍କୁ ଖେଳାଇ ବିସିସିଆଇ ଭୁଲ କରିଛି’ : ସିଲେକ୍ସନକୁ ନେଇ କଟାକ୍ଷ କଲେ ପୂର୍ବତନ ଅଲରାଉଣ୍ଡର


ନୂଆଦିଲ୍ଲୀ, ୨/୧୧ : ୪ ବର୍ଷ ପରେ ଟି୨୦ କ୍ରିକେଟକୁ କମ୍ ବ୍ୟାକ୍ କରିଥିଲେ ସ୍ୱିଂ କିଙ୍ଗ୍ ଭୁବନେଶ୍ୱର କୁମାର । ସମସ୍ତେ ଭାବୁଥିଲେ ସେ ଦମଦାର ଖେଳ ପ୍ରଦର୍ଶନ କରିବେ । ବୋଲିଂ କରି ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଘାଇଲା କରି ଦେବେ । ସବୁ ମ୍ୟାଚରେ ଅତିକମରେ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେବେ । କିନ୍ତୁ ସେମିତି କିଛି ହେଲାନି । ସିରିଜରେ ମାତ୍ର ଗୋଟିଏ ଓ୍ୱିକେଟ୍ ନେଲେ ଭୁବି । ଏପରିକି ଦଳର ସବୁଠୁ ଅଧିକ ରନ୍ ବ୍ୟୟ କରିଥିବା ଅନ୍ୟତମ ବୋଲର ମଧ୍ୟ ହେଲେ । ଯାହାକୁ ନେଇ ପୂର୍ବତନ କ୍ରିକେଟର୍ ପ୍ରଶ୍ନ ଉଠାଇଛନ୍ତି ।

ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ କହିଛନ୍ତି ଯେ, ବିସିସିଆଇ ଠିକ୍ ନିଷ୍ପତ୍ତି ନେଇନଥିଲା । ଭୁବନେଶ୍ୱର କୁମାର ପୂର୍ବରୁ ଦଳରେ ସ୍ଥାନ ପାଇବାକୁ ସଙ୍ଘର୍ଷ କରୁଥିଲେ । ବିସିସିଆଇ ଏପରି ନିଷ୍ପତ୍ତି ନେଇ ଭୁଲ କରିଛି । ଟି୨୦ ବିଶ୍ୱକପ୍ ଦୂର ଥିଲେ ବି ତାଙ୍କୁ ଏହି ଫର୍ମାଟରେ ସୁଯୋଗ ଦେବା ଘଟଣା କିଛି ବୁଝି ହେଉନି ।

Also Read :- ମେ’-ଡେ, ମେ’-ଡେ…ବିମାନଟି ମାଟିରେ କ୍ରାଶ୍ କରିଯିବ : ଭୟଙ୍କର ଦୁର୍ଘଟଣା ପୂର୍ବରୁ ପାଇଲଟଙ୍କ ଅଡିଓ ଭାଇରାଲ

ସେ ଆହୁରି କହିଛନ୍ତି ଯେ, ସିଲେକ୍ଟର ଭୁବିଙ୍କୁ ସିରିଜରେ ଖେଳାଇ ଭୁଲ କରିଛନ୍ତି । ସେ ଜଣେ ଭଲ ବୋଲର ଏବଂ ବରିଷ୍ଠ ଖେଳାଳି । ଏବେ ଟି୨୦ ବିଶ୍ୱକପ୍ ନାହିଁ । କିନ୍ତୁ ତାଙ୍କୁ ବୋର୍ଡ କଣ ପାଇଁ ଖେଳାଇଛି ତାହାର ଜବାବ ଦେବାକୁ ପଡ଼ିବ । ଯଦି ଦଳ ତାଙ୍କୁ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରୁଛି ତାହାଲେ ଦିନିକିଆରେ ଖେଳାଇବା ଦରକାର ।

ଭୁବି ଟି୨୦ ଫର୍ମାଟ୍ ଖେଳିଲେ ଅନେକ ଯୁବ ବୋଲରଙ୍କୁ ସୁଯୋଗ ମିଳିବ ନାହିଁ । ମୟଙ୍କ ଯାଦବ ସବୁ ମ୍ୟାଚ୍ ଖେଳିପାରିଥାନ୍ତେ । ପ୍ରିନ୍ସ ଯାଦବ ମଧ୍ୟ ଖେଳିପାରିଥାନ୍ତେ । ଉଭୟ ଅନେକ କିଛି ଅଭିଜ୍ଞତା ଲାଭ କରିଥାନ୍ତେ । ସେ ଭୁବନେଶ୍ୱରଙ୍କ କଳା ଏବଂ କୌଶଲକୁ କଟାକ୍ଷ କରୁ ନାହାଁନ୍ତି । କିନ୍ତୁ ସିରିଜରେ ତାଙ୍କୁ ଭାଗ୍ୟର ସାଥ୍ ମିଳିନି । ହେଲେ ବୋର୍ଡ ତାଙ୍କୁ ଯେଉଁ ସମୟରେ ଖେଳାଇଲା ତାହା କେତେଦୂର ଠିକ୍ ବୋଲି ଇରଫାନ୍ ପ୍ରଶ୍ନ କରିଛନ୍ତି ।



Source link

Leave A Reply

Your email address will not be published.