ଜି.ଉଦୟଗିରି ୦୨।୧୧ : କନ୍ଧମାଳ ଜିଲ୍ଲା ଜି. ଉଦୟଗିରିର ରିଡିପାବାଲିରେ ତୃତୀୟ ଦିନରେ ପହଞ୍ଚିଛି ଉଦ୍ଧାର ଓ ସର୍ଚ୍ଚ ଅପରେସନ। ଆଜି ଭୋର ସକାଳୁ ଜି. ଉଦୟଗିରି ବ୍ଲକର କିଲାପାଙ୍ଗାଠାରୁ ପ୍ରାୟ ୨୦୦ ଜଣିଆ ଟିମ୍ ସନ୍ଧାନୀ କୁକୁରଙ୍କ ସହ ରିଡିପାବାଲି ଅଭିମୁଖେ ବାହାରିଛନ୍ତି।
ଏହି ସର୍ଚ୍ଚ ଅପରେସନରେ NDRF, ODRAF, SOG, ପୋଲିସ ଓ ଅଗ୍ନିଶମ ବାହିନୀର ଯବାନ ସାମିଲ ହୋଇଛନ୍ତି। କନ୍ଧମାଳ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜି. ଉଦୟଗିରି ପ୍ରଶାସନ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଆବଶ୍ୟକ ପଡିଲେ ଅଧିକ ଟିମ୍ ମଧ୍ୟ ମୁତୟନ ହେବାର ସୂଚନା ମିଳିଛି । ଏହାସହିତ ଏହି ସର୍ଚ୍ଚ ଅପରେସନରେ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ଲୋଡିଛି ପ୍ରଶାସନ ।
Also Read:-ମୁରାସୁ ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ପ୍ରସ୍ତୁତି, ପାହାଡ଼ିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ଅଧିକ ଜୋରଦାର କରିଛି ପ୍ରଶାସନ। କାରଣ ଏବେ ବି ନିଖୋଜ ୧୨ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜଙ୍କୁ ଠାବ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସର୍ଚ୍ଚ ଅପରେସନ। ଅର୍ଣ୍ଣବ ବାତ୍ୟା ପରେ ହୋଇଥିଲା ଭୂସ୍ଖଳନ । ଏହି ଭୁସ୍ଖଳନରେ ଏକାଧିକ ଲୋକ ନିଖୋଜ ଥିଲେ । ସେମାନଙ୍କ ମଧ୍ୟରୁ କିଛିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଆହୁରି ନିଖୋଜ ଅଛନ୍ତି ।
