ଠାରେ ସେଡନ ପାର୍କରେ ଖେଳା ଯାଉଥିବା ପଞ୍ଚମ ଟି-୨୦ର ପ୍ରଥମ ଇନିଂସରେ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଭଲ ସଂଘର୍ଷ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ଵିକେଟ୍ ହରାଇ ୧୯୧ ରନ କରିଛନ୍ତି। ଘରୋଇ ନ୍ୟୁଜିଲାଣ୍ଡ ସାମ୍ନାରେ ରହିଛି ୧୯୨ ରନର ବିଜୟ ଲକ୍ଷ୍ୟ।
Published By: Deepak – Prameya-News7 Bureau |
November 01, 2026 02:35 PM
NEWS7
ହାମିଲଟନ: ଏଠାରେ ସେଡନ ପାର୍କରେ ଖେଳା ଯାଉଥିବା ପଞ୍ଚମ ଟି-୨୦ର ପ୍ରଥମ ଇନିଂସରେ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଭଲ ସଂଘର୍ଷ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ଵିକେଟ୍ ହରାଇ ୧୯୧ ରନ କରିଛନ୍ତି। ଘରୋଇ ନ୍ୟୁଜିଲାଣ୍ଡ ସାମ୍ନାରେ ରହିଛି ୧୯୨ ରନର ବିଜୟ ଲକ୍ଷ୍ୟ। ଇଶାନ କିଶନଙ୍କ ୬୧ ରନ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ୫୦ ରନ ବଳରେ ଭାରତ ଏହି ସ୍କୋର କରି ପାରିଛି। ଏହା ପୂର୍ବରୁ ଟସ୍ ଜିତି କିଓ୍ଵି ଟିମ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
Updating…
