Voice of Eastern India

ଆଉ ୧୦ ମିନିଟ୍, ଧ୍ୱଂସ ହୋଇଯିବ ଇରାନ ! ଟ୍ରମ୍ପ୍ ବୟାନ ବଢାଇଲା ବଡ଼ ଯୁଦ୍ଧ ଆଶଙ୍କା


ନୂଆଦିଲ୍ଲୀ, ୧/୧୧ : ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ପୁଣି ଥରେ ଦୁଇ ଦେଶ ଭୟଙ୍କର ଯୁଦ୍ଧ ଆଡେ ଗତି କରୁଛନ୍ତି । ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇରାନର ଆଉ ଦୁଇଟି ଟାର୍ଗେଟ୍ ଉପରେ ଆମେରିକା ନଜର ରଖିଥିବା ଟ୍ରମ୍ପ୍ କହିଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଇରାନରେ ଆକ୍ରମଣ କରି ଆମେରିକା ଅନେକ କ୍ଷତି ଘଟାଇଛି । ସେମାନଙ୍କ ଆଣବିକ ପ୍ଲାଣ୍ଟକୁ ଧ୍ୱଂସ କରାଯାଇଛି । ଆଉ ଦୁଇ ତିନୋଟି ଜାଗା ଅଛି । ୧୦ ମିନିଟ୍ ଭିତରେ ସେ ସବୁକୁ ଧ୍ୱଂସ କରାଯାଇ ପାରିବ । ପିକାକ୍ସେ ପାହାଡରେ ଇରାନ ମଜବୁତ ହେଉଛି । ତାହା ଉପରେ ୟୁଏସ ଆକ୍ରମଣ କରିପାରେ । ଚଳିତ ସପ୍ତାହରେ ଇରାନ ଉପରେ ଆମେରିକା ଆକ୍ରମଣ କରିପାରେ ବୋଲି ମଧ୍ୟ ଟ୍ରମ୍ପ୍ କହିଛନ୍ତି ।

Also Read :- Weather Update : ଉପକୂଳ ମୁହାଁ ଭୀଷଣ ବାତ୍ୟା, ଓଡ଼ିଶାରେ ପୁଣି ବର୍ଷା ବିପତ୍ତି ଆଶଙ୍କା

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଇରାନ ସହ କଥାବାର୍ତ୍ତା ଚାଲିଛି । କିନ୍ତୁ ସେମାନେ ଭରସାଯୋଗ୍ୟ ନୁହେଁ । ତେବେ ଟ୍ରମ୍ପଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ମୋଜତବା ଖାମେନି ଧମକ ଦେଇଥିଲେ । ଇରାନ ଉପରେ ଆକ୍ରମଣ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ କହିଥିଲେ । ଏପରିକି ବିପଦ ପଡିଲେ ଭୟଙ୍କର ଆକ୍ରମଣ ହେବ ବୋଲି ସେ ଧମକ ଦେଇଥିଲେ ।

କେବଳ ଏତିକି ନୁହେଁ, ସେ କିଛି ଦିନ ତଳେ ଇରାନର ସୈନ୍ୟ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଥିଲେ । ଏଥିରେ ସେ ଆମେରିକାର ଅନେକ ବେସ୍ ର ତଥ୍ୟ ମାଗିଥିଲେ । ଏପରିକି ଇରାନର ଟାର୍ଗେଟ୍ ବାବଦରେ ମଧ୍ୟ ଅପଡେଟ୍ ତଥ୍ୟ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।



Source link

Leave A Reply

Your email address will not be published.