ଭୁବନେଶ୍ବର।କଳାହାଣ୍ଡି ୨୮।୧୦: ଆଜି ସଂଧ୍ୟାରେ ମାଲକାନଗିରି ଅତିକ୍ରମ କରିବ ବାତ୍ୟା ‘ଅର୍ଣ୍ଣବ’ । ତେବେ ମାଲକାନଗିରି ଅତିକ୍ରମ କରିବା ବେଳେ ଏହା ଦୁର୍ବଳ ହୋଇ ଅବପାତ ସ୍ଥିତିରେ ରହିବ । ‘ଅର୍ଣ୍ଣବ’ ପ୍ରଭାବରେ ଏବେବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ଗଞ୍ଜାମ, ଗଜପତି ଜିଲ୍ଲାର ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଏହାକୁ ସଫା କରାଯାଉଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, ନୟାଗଡ଼ , ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ସର୍ବାଧିକ ୧୫୦ କିଲୋମିଟର ଥିଲା ।
ତେବେ ରାଜଧାନୀ ଭୁବନେଶ୍ବରରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ଭାଙ୍ଗିଲା ଗଜଲକ୍ଷ୍ମୀ ପୂଜା ମଣ୍ଡପର ତୋରଣ ଓ ଲାଇଟ୍ ଗେଟ୍ । ଏପରିକି ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ଭାଙ୍ଗିଯାଇଛି । ଭୁବନେଶ୍ୱରର କ୍ଲବ୍ ଟାଉନ୍ ପଡ଼ିଆରେ ଏହି ଘଟଣା ଘଟିଛି । ଉତ୍ତର ଭୁବନେଶ୍ୱର ଯୁବ ସଂଘ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।
Also Read:- ‘ଅର୍ଣ୍ଣବ’କୁ ନେଇ ମାଲକାନଗିରିରେ ହାଇ ଆଲର୍ଟ, ବାତ୍ୟା ଆଶ୍ରୟସ୍ଥଳୀକୁ ୨୧୩୫ ଜଣଙ୍କୁ ସ୍ଥାନାନ୍ତର
ସେହିଭଳି, କଳାହାଣ୍ଡି ଜୁନାଗଡ଼ରେ ଭାଙ୍ଗି ପଡ଼ିଲା ଗଜଲକ୍ଷ୍ମୀ ପୂଜା ତୋରଣ । ରାସ୍ତା ଉପରେ ତୋରଣ ପଡ଼ିଯିବାରୁ ତଳେ ଚାପି ହୋଇଛି ଅଟୋ, କାର୍ ଓ ବୋଲେରୋ । ଜାତୀୟ ରାଜପଥ ୨୬ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି l ଅଞ୍ଚଳରେ ଏବେ ବି ବର୍ଷା ଓ ପବନ ଜାରି ରହିଛି l
Watch Video:
