Voice of Eastern India

ପ୍ରିୟଙ୍କା ଚୋପ୍ରା ଅଭିନୀତି ମୋ ବାୟୋପିକ ସତ ନୁହେଁ, ଏଥିରେ ମାତ୍ର ୧୦% କଥା ଦେଖାଇଛନ୍ତି: ରିଲିଜର ୧୨ ବର୍ଷେ ପରେ ଏମିତି କହିଲେ ମେରି କମ


Mary Kom on her Biopic: କିମ୍ବଦନ୍ତୀ ବକ୍ସର ମେରି କମଙ୍କ କାହାଣୀ ଖୁବ ପ୍ରେରଣା ଦାୟୀ। ତାଙ୍କ ଜୀବନର ସଂଘର୍ଷକୁ ନେଇ ଏକ ବାୟୋପିକ ମଧ୍ୟ ତିଆରି ହୋଇଥିଲା। ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ମେରି କମ ଭୂମିକାରେ ଅଭିନୟ କରିଥିଲେ। ସିନେମାଟି ୨୦୧୪ରେ ମୁକ୍ତିଲାଭ କରିଥିଲା। ଆଉ ଏବେ ଏହାର ୧୨ ବର୍ଷ ପରେ ଖୋଦ୍ ମେରି କମ କହୁଛନ୍ତି ତାଙ୍କ ବୋୟୋପିକ୍ ସତ ନଥିଲା।

ଏକ ଇଣ୍ଟରଭ୍ୟୁରେ ପ୍ରତିକ୍ରିୟା ଦେଇ ମେରି କମ ଏଭଳି କହିଛନ୍ତି। ତାଙ୍କ ଉପରେ ପ୍ରସ୍ତୁତ ହୋଇଥିବା ସିନେମାଟି ସତ ନଥିଲା। ତାଙ୍କର ପ୍ରକୃତ ସଂଘର୍ଷର କାହାଣୀ ଜାଣିବାକୁ ହେଲେ ଜଣଙ୍କୁ ତାଙ୍କ ଲିଖିତ ପୁସ୍ତକ ‘ଅନବ୍ରେକେବୁଲ’କୁ ପଢ଼ିବାକୁ ପଡ଼ିବ ବୋଲି ମେରି କମ କହିଛନ୍ତି।

୨୦୧୪ରେ ମୁକ୍ତିଲାଭ କରିଥିବା ‘ମେରି କମ’ ସିନେମାକୁ ଉମଙ୍ଗ କୁମାର ନିର୍ଦ୍ଦେନା ଦେଇଥିଲେ। ପ୍ରିୟଙ୍କା ଚୋପ୍ରା ଏଥିରେ ମେରି କମ ଭୂମିକାରେ ଅଭିନୟ କରି ନ୍ୟାସନାଲ ଆୱାର୍ଡ ପାଇଥିଲେ। ଏହି ସିନେମାର ସିକ୍ୟୁଏଲ ତିଆରି କରାଯିବା ଉଚିତ କି ବୋଲି ପ୍ରଶ୍ନ କରିବାରୁ ମେରିକମ କହିଛନ୍ତି ଏହାର ବର୍ତ୍ତମାନ କୌଣସି ଆବଶ୍ୟକତା ନାହିଁ।

ଇଣ୍ଡିଆନ ଏକ୍ସପ୍ରେସକୁ ଇଣ୍ଟରଭ୍ୟୁ ଦେଇ ମେରି କମ କହିଛନ୍ତି “ମୁଁ ଭାବୁନି ଯେ ବର୍ତ୍ତମାନ ଏହାର କୌଣସି ସିକ୍ୟୁଏଲ ହେଉ। ସମସ୍ତେ ମୋ ଷ୍ଟୋରି ଜାଣିଛନ୍ତି। ମୋ କ୍ୟରିୟର ଓ ମୋ ଯାତ୍ରା ବିଷୟରେ ପୂର୍ବରୁ ସିନେମା ଓ ମୋ ବହି ଅନବ୍ରେକେବଲରେ କୁହାଯାଇ ସାରିଛି। ତେବେ ବାୟୋପିକ ସତ ନଥିଲା। ମୁଁ ଲାଗିଲା ଯେ ସିନେମାର କିଛି ଭାଗ ସତ ନଥିଲା। ଏଥିରେ ମୋ ସଂଘର୍ଷ ଓ କଠିନ୍ନ ପରିଶ୍ରମର କେବଳ ୧୦ ପ୍ରତିଶତ ହିଁ ଦେଖାଯାଇଛି।”

ମେରିକମ ଆହୁରି କହିଛନ୍ତି “ ଯଦି ଆପଣ ମୋ ବହି ପଢ଼ନ୍ତି ତେବେ ଯାଇ ମୋ ସଂଘର୍ଷ ଓ କଠିନ୍ନ ପରିଶ୍ରମ ବିଷୟରେ ଜାଣିପାରିବେ। ବାକି ଜୀବନରେ କଣ ହେବ ମୁଁ ଜାଣି ନାହିଁ। କିନ୍ତୁ ଭବିଷ୍ୟତ ସୁଗମ ଓ ଖୁସିରେ କଟୁ ବୋଲି ମୁଁ ଚାହୁଁଛି। ମୋ ଜୀବନରେ ପ୍ରେମର ସ୍ଥାନ ମିଳିବ କି ନାହିଁ, ଏକଥା ଲୋକେ ଜାଣିବାକୁ ଚାହୁଁଛନ୍ତି, ତେବେ ଭବିଷ୍ୟତରେ ଯଦି ଏପରି କିଛି ଘଟେ, ତେବେ ମୁଁ ନିଷ୍ପତ୍ତି ନେବି।”



Source link

Leave A Reply

Your email address will not be published.