Voice of Eastern India

ଚାରି ମାସ ହେଲା ମିଳିନି ଭତ୍ତା, ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ଦୁଇ ବୃଦ୍ଧା


ଆନନ୍ଦପୁର: ସରକାରୀ ଭତ୍ତା ହିଁ ଥିଲା ବଞ୍ଚିବାର ଏକମାତ୍ର ଆଶା। ହେଲେ ଚାରି ମାସ ହେଲା ମିଳୁନି ଭତ୍ତା ଟଙ୍କା। ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଦୁଇ ବୃଦ୍ଧା। ଶେଷରେ ନିଜ ଦୁଃଖ ଜଣାଇବାକୁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉଭୟ। ଭତ୍ତା ଟଙ୍କା ନମିଳିବାରୁ ଅତି ଦୟନୀୟ ସ୍ଥିତିରେ ରହୁଥିବା ଏହି ଦୁଇ ବୃଦ୍ଧାଙ୍କ ଆଖିରେ ଲୁହ। ସରକାରୀ ସହାୟତା କେବେ ମିଳିବ, ତାକୁ ନେଇ ଏବେ ଚିନ୍ତାରେ ଉଭୟ।

ବୟସର ଅପରାହ୍ନରେ ଦୁଃଖ ଦୁର୍ଦ୍ଦଶାରେ ବିତୁଛି ଜୀବନ। ବାର୍ଦ୍ଧକ୍ୟରେ ସରକାରୀ ଭତ୍ତା ଥିଲା ଏକମାତ୍ର ସାହାରା। କିନ୍ତୁ ଦୀର୍ଘ ଚାରି ମାସ ହେଲା ମିଳୁନି ଭତ୍ତା ଟଙ୍କା। ଫଳରେ ଦୁଇ ବୃଦ୍ଧାଙ୍କ ଜୀବନ ଅତି ଦୟନୀୟ ହୋଇପଡ଼ିଛି। ଏଭଳି ସ୍ଥିତିରେ ନିଜର ଦୁଃଖ ଜଣାଇବା ସହ ଭତ୍ତା ଟଙ୍କା ପାଇବା ଆଶାରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ବୃଦ୍ଧା।

Also Read: କୋଟିଆ ପ୍ରସଙ୍ଗରେ ମୋହନଙ୍କ ରୋକ୍‌ଠୋକ୍ ଜବାବ ! ରାଜନୀତି ନୁହେଁ, ଆଇନଗତ ସମାଧାନ ଜରୁରୀ

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହାଟଡି ବ୍ଲକ ଧରମପୁର ଗାଁର ଦୁଃଖୀ ଜନା। ସେ ଜଣେ ବିଧବା ଏବଂ ସରକାରଙ୍କ ପକ୍ଷରୁ ବିଧବା ଭତ୍ତା ପାଉଥିଲେ। ହେଲେ ଗତ ଚାରି ମାସ ହେଲା ତାଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ହେଲେ ସେହି ହାଟଡିହି ବ୍ଲକ୍ ଧାନଘର ଗାଁ ର ମାଧୁରୀ ଜେନା , ତାଙ୍କର ମଧ୍ଯ ସମାନ ପରିସ୍ଥିତି। ଏଭଳି ସ୍ଥିତିରେ ଦୁଇ ବୃଦ୍ଧାଙ୍କୁ କେବେ ମିଳିବ ସରକାରୀ ସହାୟତା? କେବେ ଦୂର ହେବ ସେମାନଙ୍କ ଦୁଃଖ? ଏବେ ଉପଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା।

 

 

 



Source link

Leave A Reply

Your email address will not be published.