Voice of Eastern India

ପୁରୀ ହସ୍ପିଟାଲରୁ ଖସି ପଳାଉଥିଲା ଅଭିଯୁକ୍ତ, ଚତୁରତାର ସହ ଧରିଲା ପୋଲିସ


ପୁରୀ: ଚୋର- ପୋଲିସ ଖେଳ ଆମେ ସମସ୍ତେ ହୁଏତ ଟିଭି ପରଦାରେ ଦେଖିଛେ । ଚୋରକୁ ଧରିବାକୁ ପୋଲିସ ସବୁ ଉଦ୍ୟମ କରୁଥାଏ । ତ’ ପୁଣି କେତେବେଳେ ପୋଲିସକୁ ଚକମା ଦେଇ ଖସିଯାଏ ଚୋର । ହେଲେ ସୋମବାର ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଭଳି ଫିଲ୍ମ ଷ୍ଟାଇଲର ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ପୁରୀ ସଦର ଥାନା ପୋଲିସ କୌଣସି ଏକ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ତେବେ ପୋଲିସ ଭ୍ୟାନରେ ଆସିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ, ଅନ୍ୟ ଜଣେ ଅଭିଯୁକ୍ତ ସୁଯୋଗ ଦେଖି ପୋଲିସ କବଳରୁ ଲୁଚି ହସ୍ପିଟାଲ ବାହାରକୁ ଦୌଡ଼ି ପଳାଇଥିଲା।

Also Read: ଅପହରଣ କରି ଲୁଟ୍ ଘଟଣାରେ ସଫଳତା, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଏହା ଜାଣି ଅଭିଯୁକ୍ତଙ୍କୁ ଧରିବାକୁ ସଦର ଥାନା ପୋଲିସ କର୍ମଚାରୀ ତୁରନ୍ତ ଆକ୍ସନକୁ ଆସିଥିଲା । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ଖସି ଯାଇଥିବା ଅଭିଯୁକ୍ତକୁ ପୁଣି ଥରେ କାବୁ କରିନେଇଥିଲେ ଦୁଇ ପୋଲିସ କର୍ମଚାରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର କାରଣ ପାଲଟିଥିଲା ।



Source link

Leave A Reply

Your email address will not be published.