Voice of Eastern India

ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି ମୋଦୀ ସରକାର: ପୁଣି ମୁଖ୍ୟ ନିର୍ବାଚନ କମିଶନରଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ


ନୂଆଦିଲ୍ଲୀ: ଭୋଟ ଚୋରି ମାମଲାକୁ ନେଇ ସାରା ଦେଶରେ ରାଜନୈତିକ ଉସ୍ମତା ଲାଗି ରହିଛି । ବିରୋଧୀ ଏହି ପ୍ରସଙ୍ଗରେ ବିଜେପି ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରକୁ ଟାର୍ଗେଟ କରିଆସୁଥିବା ବେଳେ, ବିବାଦ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏକ ବୟାନକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଛି ।ସୋମବାର ଏକ ସୋସିଆଲ ମିଡିଆ ପୋଷ୍ଟ (ଏକ୍ସ)ରେ ଖଡ଼ଗେ ଏହି ପ୍ରସଙ୍ଗରେ ପୁଣି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ବାରମ୍ବାର “ଭୋଟ୍ ଚୋରି” ଘଟଣା ସାମ୍ନାକୁ ଆସୁଥିବା ସତ୍ତ୍ୱେ ମୋଦୀ ସରକାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ।

ଏହା ସହ ସେ ନଭେମ୍ବର ୧ ତାରିଖରେ ଦିଲ୍ଲୀ ରାମଲୀଳା ମୈଦାନରେ ଆୟୋଜିତ ହେବାକୁ ଥିବା କଂଗ୍ରେସର ‘ଭୋଟ୍ ବଞ୍ଚାଅ-ଦେଶ ବଞ୍ଚାଅ’ ପଦଯାତ୍ରା ଓ ବିଶାଳ ସମାବେଶରେ ଯୋଗ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।ଏକ୍ସ ପୋଷ୍ଟରେ ଖଡ଼ଗେ ପ୍ରଶ୍ନ ଉଠାଇଛନ୍ତି ଯେ, SIR ପ୍ରକ୍ରିୟାରେ ବ୍ୟବହୃତ ସଫ୍ଟୱେର୍ ବିଷୟରେ ସୂଚନା ଦେବାକୁ ନିର୍ବାଚନ କମିଶନ କାହିଁକି ମନା କରୁଛନ୍ତି ? “ଭୋଟ୍ ଚୋରିର ଅଗଣିତ ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ, ମୋଦୀ ସରକାର ଜ୍ଞାନେଶ କୁମାରଙ୍କୁ ରକ୍ଷା କରିବା ପାଇଁ ସମ୍ଭବପର ସମସ୍ତ ଉପାୟ ଅବଲମ୍ବନ କରୁଛନ୍ତି।

also read- ରାହୁଲ ଗାନ୍ଧିଙ୍କୁ ଭେଟିଲେ ଦିଲ୍ଲୀ ବ୍ୟବସାୟୀ, ଜାଣନ୍ତୁ କଂଗ୍ରେସର ଆନ୍ଦୋଳନକୁ ନେଇ କହିଲେ କ’ଣ?

ଆରଟିଆଇ ମାଧ୍ୟମରେ ‘ଏସ୍ଆଇଆର୍’ରେ ବ୍ୟବହୃତ ସଫ୍ଟୱେର୍ ବିଷୟରେ ସୂଚନା ମଗାଯାଇଥିଲା, କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ‘ବ୍ୟବସାୟିକ ଗୋପନୀୟତା’ ବୋଲି ଦର୍ଶାଇ ଉତ୍ତର ଦେବାକୁ ମନା କରିଦେଲେ। ’ଖଡ଼ଗେ ଆହୁରି ଅଭିଯୋଗ କରିଛନ୍ତି ଯେ, ଉତ୍ତର ପ୍ରଦେଶରେ ୧୬.୧୮ ଲକ୍ଷ ‘ଫର୍ମ-୬’ ଆବେଦନର ବିବରଣୀ ସର୍ବସାଧାରଣ କରାଯାଇନାହିଁ। ପିଲିଭିତ୍ର ରେକର୍ଡରେ ୧୦,୪୭୦ ଜଣ ଭୋଟରଙ୍କ ସମ୍ବନ୍ଧୀୟ ଅନିୟମିତତା ଧରାପଡ଼ିଥିଲା। ବର୍ତ୍ତମାନ, ସେମାନେ ସମଗ୍ର ରାଜ୍ୟରେ ଫର୍ମ ୬, ୭ ଏବଂ ୮ ର ତଦନ୍ତ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହୋଇଛନ୍ତି,” ବୋଲି ସେ ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି।



Source link

Leave A Reply

Your email address will not be published.