Voice of Eastern India

ଦିଲ୍ଲୀ ଯିବେ ଓଡିଶା କଂଗ୍ରେସ ନେତା, ‘ଇଣ୍ଡି’ ମେଣ୍ଟର ଆନ୍ଦୋଳନରେ ହେବେ ସାମିଲ


ଭୁବନେଶ୍ୱର ୧୧।୧୦: ଦିଲ୍ଲୀ ଯିବେ ଓଡିଶା କଂଗ୍ରେସ ନେତା। ମୁଖ୍ୟ ନିର୍ବାଚନ କମିଶନଙ୍କୁ ହଟାଇବା ପାଇଁ ଦିଲ୍ଲୀରେ ଇଣ୍ଡି ମେଣ୍ଟ ତରଫରୁ ଚାଲିଥିବା ଆନ୍ଦୋଳନରେ ଯୋଗଦେବେ ରାଜ୍ୟ ନେତୃତ୍ୱ । ପିସିସି ସଭାପତିଙ୍କ ସହ ସମସ୍ତ ବିଧାୟକ ଓ ବରିଷ୍ଠ ନେତା ଆଜି ଦିଲ୍ଲୀ ଯାତ୍ରା କରିବେ। ଆସନ୍ତା କାର୍ଯ୍ୟକ୍ରମରେ ରାଜ୍ୟର ୨୦୦ରୁ ଅଧିକ ନେତା ଯୋଗ ଦେବେ।

ସୂଚନାଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ କମିଶନଙ୍କ ବିରୋଧରେ ଏକାଠି ହେଉଛନ୍ତି ବିରୋଧୀ ଦଳ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିବା ବେଳେ ଦେଶର କୋଣ ଅନୁକୋଣରେ ମଧ୍ୟ ବିକ୍ଷୋଭ ଦେଖିବାକୁ ମିଳିଛି । ଏପିରିକି ଗତ ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ଅନ୍ୟପଟେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ କକ୍ରୋଚ ଜନତା ପାର୍ଟି ମଧ୍ୟ ଆନ୍ଦୋଳନ କରୁଛି । ଗତକାଲି ଆନ୍ଦୋଳନ କରୁଥିବା ବେଳେ ମୁଖ୍ୟ ନେତା ଓ ଅନେକ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ । ଏହାପରେ ଆଜି ସେମାନଙ୍କୁ କୋର୍ଟରୁ ଜାମିନ ମିଳିଛି ।

Also Read:-

ଷ୍ଟୁଆର୍ଡ ବ୍ରଡ ବାଛିଲେ ଏକବିଂଶ ଶତାବ୍ଦୀର ଟପ୍-୧୦ ଶ୍ରେଷ୍ଠ ବ୍ୟାଟର, ବିରାଟ କୋହଲି ସବୁଠୁ ତଳେ



Source link

Leave A Reply

Your email address will not be published.