Voice of Eastern India

ସଭା ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୨ ଗୁରୁତର


ପାଟଣା: ସଭା ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହେଲା ବଜ୍ରପାତ। ଏଥିରେ ୬ ଅଙ୍ଗନବାଡ଼ି କର୍ମୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରେ ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମଲ୍ଲୀପଶି ଅଙ୍ଗନବାଡ଼ି କେନ୍ଦ୍ରରେ।

ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ଅଙ୍ଗନବାଡ଼ି ସୁପରଭାଇଜର ସନ୍ତାପି ମହାନ୍ତଙ୍କ ନେତୃତ୍ୱରେ ମଲ୍ଲିପଶି ଅଙ୍ଗନବାଡ଼ି କେନ୍ଦ୍ରରେ ସେକ୍ଟର ସଭା ଚାଲିଥିବା ସମୟରେ ହଠାତ୍ କେନ୍ଦ୍ର ଉପରକୁ ବଜ୍ରପାତ ହୋଇଥିଲା। ଏଥିରେ ୬ ଜଣ ଅଙ୍ଗନବାଡ଼ି କର୍ମୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ବଜ୍ରପାତ ଯୋଗୁଁ କେନ୍ଦ୍ରର ବିଦ୍ୟୁତ୍ ବୋର୍ଡ ପୋଡ଼ିଯାଇଥିବା ବେଳେ ସଭାରେ ଉପସ୍ଥିତ କର୍ମୀମାନେ ଆହତ ହୋଇଥିଲେ।

Also Read: ବନ୍ଦରରେ ଛିଡ଼ା ହୋଇଥିଲା ବୋଟ, ହଠାତ୍ ଜଳିଗଲା

ଗୁରୁତର ହେଲେ ମୂଷାଖରୀ ‘ସି’ ଅଙ୍ଗନବାଡ଼ି କର୍ମୀ ପ୍ରଜ୍ଞାସ୍ମିତା ମୁର୍ମୁ ଓ ଖମୁଆଁ ‘ଏ’ ଅଙ୍ଗନବାଡ଼ି କର୍ମୀ ପୂର୍ଣ୍ଣମୀ ମହାନ୍ତଙ୍କ ସହ ସୁପରଭାଇଜର ସନ୍ତାପି ମହାନ୍ତ । ଆହତ ହେଲେ ଖମୁଆଁ ଅଙ୍ଗନବାଡ଼ି କର୍ମୀ ମିନତୀ ନାଏକ, ମୂଷାନାଳୀ ଅଙ୍ଗନବାଡ଼ି କର୍ମୀ ଯମୁନା ଦାସ ଓ ଉପରସାହିର ଦ୍ରୌପଦୀ ମୁଣ୍ଡାରୀଙ୍କ ସମେତ ଅନ୍ୟ ଜଣେ କର୍ମୀ ରହିଛନ୍ତି। ବଜ୍ରପାତରେ ଯମୁନା ଦାସଙ୍କ ହାତ ପୋଡ଼ିଯାଇଥିବା ବେଳେ ପୂର୍ଣ୍ଣମୀ ମହାନ୍ତଙ୍କ ହାତରେ ଆଘାତ ଲାଗିଛି। ଘଟଣା ପରେ ସମସ୍ତ ଆହତଙ୍କୁ ତୁରନ୍ତ ପାଟଣା ମେଡିକାଲକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଗୁରୁତର କର୍ମୀଙ୍କ ଚିକିତ୍ସା ଜାରି ରହିଛି।



Source link

Leave A Reply

Your email address will not be published.