Voice of Eastern India

Sea erosion: ସମୁଦ୍ର କ୍ଷୟ ରୋକିବାକୁ ଓଡ଼ିଶାରେ କର୍ଣ୍ଣାଟକ ମଡେଲ୍, ୬ ଉପକୂଳ ଜିଲ୍ଲା ପାଇଁ ମେଗା ପ୍ଲାନ୍


ଭୁବନେଶ୍ବର ୨୯।୮: କୂଳ ଲଂଘୁଛି ସମୁଦ୍ର, ସରକାରଙ୍କୁ ଘାରିଲା ଚିନ୍ତା । ୬ ଉପକୂଳ ଜିଲ୍ଲାରେ ଖର୍ଚ୍ଚ ହେବ ୨ ହଜାରରୁ ଅଢେଇ ହଜାର କୋଟି । ଖୋଳାଯିବ ନଦୀ ମୁହାଣ, କଢ଼ାଯିବ ପଟୁ । କର୍ଣ୍ଣାଟକ ଢାଞ୍ଚାରେ ହେବ ପ୍ରତିକାର ବ୍ୟବସ୍ଥା । ଏଥିପାଇଁ ଓଡ଼ିଶାର ଅଧିକାରୀ ମାନେ କର୍ଣ୍ଣାଟକ ଯିବେ। ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି ।

ଧିରେ ଧିରେ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଗମ୍ଭୀର ସମସ୍ୟା ରୂପ ନେଇଛି । ଓଡ଼ିଶାରେ ସମୁଦ୍ର କୂଳ ଖାଇବା ଏକ ବଡ ସମାସ୍ୟ ହୋଇଛି । ଏନେଇ ରାଜସ୍ବ ମନ୍ତ୍ରୀ କରିଥିଲେ ଏକ ଉଚ୍ଚ ସ୍ତରୀୟ ବୈଠକ । ରାଜ୍ୟର ୬ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ବାଲେଶ୍ବରା, ଭଦ୍ରକ, ପୁରୀରେ ମୂର୍ତ୍ତିକା କ୍ଷୟ ଆଗକୁ ନୂଆ ସମସ୍ୟା ଦେଖାଦେଇପାରେ । ଆଗୁଆ ସମାଧାନ ପାଇଁ ବୈଠକରେ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ପ୍ରୟାସରେ ପ୍ରାଥମିକ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ସାମୁଦ୍ରିକ ତଟ କ୍ଷୟ କେମିତି ରୋକାଯାଇ ପାରିବ । ତଟବର୍ତ୍ତି ଲୋକଙ୍କ ସୁରକ୍ଷା କେମିତି ହୋଇ ପାରିବ । ଏନେଇ ଜଳସମ୍ପଦ, ଜଙ୍ଗଲ, ମତ୍ସ୍ୟ ପଶୁ ସମ୍ପଦ ବିଭାଗ ସହ ରାଜସ୍ବ ବିଭାଗର ଆଲୋଚନା ହୋଇଛି । ବିଭାଗୀୟ ଅଧିକାରୀ ରିପୋର୍ଟକୁ ପରୀକ୍ଷା ନିରୀକ୍ଷା କରି ସାରିଛନ୍ତି । ପ୍ରାଥମିକ ଅଟକଳ ୨ ହଜାରରୁ ୨ ହଜାର ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ କେନ୍ଦ୍ରରୁ ଅନୁଦାନ ମିଳିବ ଏବଂ ଋଣ ମଧ୍ୟ କରାଯିବ ।

Also Read:- ଅନୁଗୋଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ! ଜ୍ବରରେ ଗଲା ଜଣଙ୍କ ଜୀବନ, ଏବେବି ୫ ଆକ୍ରାନ୍ତ

କେନ୍ଦ୍ରାପଡ଼ା ସାତଭାୟା, ଜଗତସିଂହପୁର ଶିଆଳି ବିଚ୍, ଗଞ୍ଜାମ ରାମେୟା ପାଟଣା ଅଧିକ ସେନସିଏଟିଭ ରହିଛି । ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଫେଜ ୱାନ କାମ ଦେଖିବାକୁ ଓଡ଼ିଶାର ଏକ ଟିମ୍ କର୍ଣ୍ଣାଟକ ଯିବ । ଭିତ୍ତିଭୂମି ଏବଂ ଜଙ୍ଗଲ ସୃଷ୍ଟିକୁ ଗୁରୁତ୍ୱ ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ତେବେ ସମୁଦ୍ର କୂଳ ଲଂଘିବା ନେଇ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଉପକୂଳବାସୀଙ୍କ ସୁରକ୍ଷା ନେଇ ପ୍ରଶାସନ ନିକଟରେ ନିବେଦନ କରିଥିଲା ।

Watch Video:



Source link

Leave A Reply

Your email address will not be published.