ଭୁବନେଶ୍ୱର ୨୯।୦୮ : ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା । ଓଡ଼ିଶାର ସମସ୍ତ ବିଜେପି ସାଂସଦମାନଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । MMDR ବିଲକୁ ନେଇ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ।
ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଛଡ଼ାଇ ନିଆଯାଇଛି । MMDR ସଂଶୋଧନ ପ୍ରତ୍ୟାହାର ପାଇଁ ବିଜେପି ସାଂସଦମାନେ ଦାବି କରନ୍ତୁ । ଆଗାମୀ ପିଢି ପାଇଁ ଏହି ଆଇନର ପରିଣାମ ବିଷୟରେ ଥରେ ଚିନ୍ତା କରନ୍ତୁ । ଅଗଷ୍ଟ ୧୩ରେ ଲୋକସଭାରେ MMDR ସଂଶୋଧନ ବିଲ୍ ପାସ୍ ହେବା ଓଡ଼ିଶା ପାଇଁ କଳା ଦିନ l ଏହାଦ୍ୱାରା ଓଡ଼ିଶାର ବାର୍ଷିକ ୧୨ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହେବ । ବର୍ତ୍ତମାନ ‘ଦଳ ପାଇଁ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’। ଓଡ଼ିଶାର କ୍ଷମତାକୁ ପୁନଃସ୍ଥାପନ ପାଇଁ ସାଂସଦମାନେ ସଂସଦରେ ସ୍ୱର ଉଠାନ୍ତୁ ।
Also Read:-CNG ଗାଡ଼ି ଚାଳକଙ୍କୁ ପୁଣି ଝଟ୍କା ! କେଜି ପିଛା ₹ ୩.୮୯ ବଢ଼ିଲା ଦର, ଜାଣନ୍ତୁ କେଉଁ ସହରରରେ କେତେ ଦାମ
ସେହିପରି ରାଜ୍ୟର ସ୍ବାର୍ଥ ସୁରକ୍ଷା ପାଇଁ ଜନସାଧାରଣ ଆପଣଙ୍କୁ ଲୋକସଭା ପଠାଇଛନ୍ତି । ତେଣୁ ଓଡ଼ିଶାର ସ୍ବାର୍ଥରେ ଆପଣମାନଙ୍କୁ ଠିଆ ହେବା ଜରୁରୀ । ଏହି ବିଲ୍କୁ ଓଡ଼ିଶା ସାଂସଦମାନେ ଚ୍ୟାଲେଞ୍ଜ କରନ୍ତୁ ଏବଂ ପ୍ରତ୍ୟାହାର ଦାବି ବି କରନ୍ତୁ ବୋଲି ବିଜେପି ସାଂସଦଙ୍କୁ ଆହ୍ୱାନ କରିଛନ୍ତି ନବୀନ ପଟ୍ଟନାୟକ ।
