Voice of Eastern India

ଶ୍ରୀମନ୍ଦିରରେ ପୁଣି ଅଘଟଣ, ଦର୍ଶନ ବେଳେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ


ପୁରୀ ୨୬।୦୮ : ଶ୍ରୀମନ୍ଦିରରେ ପୁଣି ଅଘଟଣ । ଶ୍ରୀମନ୍ଦିର ଭିତରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମାଡଗୋଳ। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଚାଲିଥିବା ସମୟରେ ମାଡଗୋଳ ହୋଇଥିବା ସୂଚନା। ଉଭୟ ପକ୍ଷଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଖବର ଅନୁଯାୟୀ, ବୁଧବାର ଦିନ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଚାଲିଥିଲା । ମହାପ୍ରଭୁଙ୍କ ଦର୍ଶନ ସମୟରେ କୌଣସି କଥାକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତି ତର୍କ ହୋଇଥିଲା। ପରେ ଜଣେ ଝିଅକୁ ଲୋକାଲ୍ ଲୋକ ଚାପୁଡ଼ା ମାରିଥିବା ଅଭିଯୋଗ। ଦେଖୁ ଦେଖୁ ବିବାଦ ବଢିଥିଲା । ଯାହାପରେ ଶ୍ରୀମନ୍ଦିର ପୋଲିସ ଘଟଣାରେ ହସ୍ତକ୍ଷେପ କରିଥିଲା । ଉଭୟ ଗୋଷ୍ଠୀଙ୍କ ମନ୍ଦିର ବାହାରକୁ ଆଣିଥିଲା ଏବଂ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ଉଭୟ ପକ୍ଷ ମାନିବାକୁ ନାରାଜ ଥିଲେ । ଶେଷରେ ଉଭୟ ପକ୍ଷଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ପୋଲିସ ଉଭୟ ଗୋଷ୍ଠୀଙ୍କ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି । ଏହାସହିତ କେଉଁ ପରିସ୍ଥିତିରେ ଏବଂ କେମିତି ଗଣ୍ଡଗୋଳ ହେଲା, ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ପୋଲିସ ।

Also Read:-ବିବାଦ ତୁଟାଇବାକୁ ଆସିଥିଲେ ଶ୍ୱଶୁର, ଘାସ କଟା କଟୁରୀରେ ଜୀବନ ନେଇଗଲା ଜ୍ୱାଇଁ



Source link

Leave A Reply

Your email address will not be published.