ପରିସୀମନ ବିନା ମହିଳାଙ୍କ ଲାଗି କୋଟା ଚାହୁଁଛନ୍ତି ରାହୁଲ ଗାନ୍ଧି, ଏହି ୬ ଟି କାରଣରୁ ତାଙ୍କୁ ମନେଇ ପାରିଲେନି ରିଜିଜୁ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। କାରଣ ସେ ମହିଳା ସଂରକ୍ଷଣ ଆଇନକୁ ପ୍ରସ୍ତାବିତ ପରିସୀମନ ପ୍ରକ୍ରିୟା ସହ ନଯୋଡି ଲାଗୁ କରିବାକୁ ଦାବି କରୁଛନ୍ତି। ସେମାନଙ୍କ ଏହି ବାକ ବିତଣ୍ଡା ସେବେଠୁ ଆରମ୍ଭ ହେଲାଣି ଯେବେଠୁ ରାହୁଲ ଗାନ୍ଧି ସରକାରଙ୍କ ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩କୁ ପରିସୀମନ ସହ କାହିଁକି ଯୋଡିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ। କାରଣ ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩କୁ ସଂସଦରେ ସର୍ବ ସମ୍ମତ ସମର୍ଥନ ପ୍ରାପ୍ତ ହୋଇଥିଲା।
ରାହୁଲଙ୍କ ଏକ୍ସ ପ୍ରଶ୍ନର ଉତ୍ତର ଦେଇ ରିଜିଜୁ ତର୍କ ଦେଇଥିଲେ ଯେ ଏହି ସମ୍ବଦ୍ଧ ମନଇଛା ନୁହେଁ, ବରଂ ସାମ୍ବିଧାନିକ ସଂଶୋଧନ ପ୍ରାବଧାନରୁ ଉପୁଜିଛି। ସେ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପାଇଁ ଆବଶ୍ୟକ ହେଉଥିବା ପରିସୀମନର ୬ଟି ବିନ୍ଦୁ ଉପସ୍ଥାପନ କରିଥିଲେ।
- ମହିଳାଙ୍କ ଲାଗି ସଂରକ୍ଷଣ ପୂର୍ବରୁ ସମ୍ବିଧାନର ଅଂଶବିଶେଷ ରହିଛି
- ତେବେ କାର୍ଯ୍ୟକାରିତା ଓ ପରିସୀମନ୨୦୨୩ ପରବର୍ତ୍ତି ଜନଗଣନା ସହ ଜଡିତ
- ଜନଗଣନାରେ ବିଳମ୍ବ ଯୋଗୁ ଲାଗୁ କରିବା ୨୦୨୯ରୁ ଆଗକୁ ବଢିପାରେ
- ୨୦୨୯ରେ ଲାଗୁ କରିବା ପାଇଁ ପିରସୀମନ ଶୀଘ୍ର ହେବା ଦରକାର
- ସରକାର ପରିସୀମନ ବିଧେୟକ ମାଧ୍ୟମରେ ଏକ କାର୍ଯ୍ୟାନ୍ୱୟନ ତନ୍ତ୍ରର ପ୍ରସ୍ତାବ ରଖିଲେ
- ସମ୍ବିଧାନ ସଂଶୋଧନ ବିଧେୟକ ଲୋକସଭାରେ କାଟ ଖାଇଲା
ତେବେ ରାହୁଲ ଗାନ୍ଧି ସରକାରଙ୍କ ଉପରେ ମହିଳା ସଂରକ୍ଷଣ ଆଇନକୁ ପରିସୀମନ ସହ ଅନାବଶ୍ୟକ ରୂପେ ଯୋଡୁଥିବା ଅଭଯୋଗ ଆଣୁଛନ୍ତି। କଂଗ୍ରେସର ଆଭିମୁଖ୍ୟକୁ ଗାନ୍ଧି ଦୋହରାଇବା ସହ ନାରୀ ଶକ୍ତି ବନ୍ଦନ ଅଧିନିୟମ ପୂର୍ବରୁ ପାର୍ଟି ସମର୍ଥନରେ ଗୃହୀତ ହୋଇ ସାରିଥିବାରୁ ଏହାକୁ ବିନା କୌଣସି ଅତିରିକ୍ତ ସର୍ତ୍ତରେ ଲାଗୁ କରିବାକୁ ଦାବି କରୁଛନ୍ତି।
ଯେହେତୁ ଶ୍ରୀ ରିଜିଜୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ତେଣୁ ଏ ବାବଦେ ସେ ଭଲଭାବେ ଜାଣିଥିବେ ବୋଲି ରାହୁଲ ଗାନ୍ଧି ତାଙ୍କ ଏକ୍ସ ଜବାବରେ କହିଛନ୍ତି ତେବେ ଆଇନ ଗୃହୀତ ହେବାର ୩ ବର୍ଷ ପରେ ମଧ୍ୟ ସରକାର ଏହାକୁ ଲାଗୁ କଲେ ନାହିଁ ଏଣୁ ସରକାର ପରିସୀମନ ପ୍ରକ୍ରିୟାକୁ ସ୍ୱତନ୍ତ୍ର ରୂପେ ୨୦୨୩ ଆଇନରେ ଲାଗୁ କରନ୍ତୁ ବୋଲି ରାହୁଲ ଗାନ୍ଧି କହୁଛନ୍ତି। ଗାନ୍ଧି କହିଛନ୍ତି ଯେ ୨୦୨୩ ଆଇନକୁ ବିନା କୌଣସି ସର୍ତ୍ତରେ ଲାଗୁ କରନ୍ତୁ।
ତେବେ କେମିତି ଆରମ୍ଭ ହେଲା ରାଜନୈତିକ ବିବାଦ?
ଏହି ତାଜା ବିବାଦ ରିଜିଜୁଙ୍କ ଦ୍ୱାରା ଗାନ୍ଧିଙ୍କ ରାଜନୀତିରେ ମହିଳାଙ୍କ ଭାଗିଦାରୀ ଉପରେ ଦିଆଯାଇଥିବା ଭିଡିଓ ବାର୍ତ୍ତା ଜବାବରେ କରାଯାଇଥିବା ଏକ ପୋଷ୍ଟ ପରେ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧି ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଭାରତୀୟ ରାଜନୀତିକୁ ଲୋକଙ୍କୁ ଏହା ବୁଝେଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ଯେ ମହିଳାଙ୍କ ପୂର୍ଣ୍ଣ ଅଭିବ୍ୟକ୍ତି ଓ ଭାଗିଦାରୀ ବିନା ଦେଶ ‘ଅବିକଶିତ ଓ ଅଧୁରା’ ରହିଥାଏ। ରାହୁଲଙ୍କ ଏହି ବାର୍ତ୍ତାକୁ ରିଜିଜୁ ‘ସକରାତ୍ମକ’ ଓ ଆଶା କରୁଛି କଂଗ୍ରେସ ନେତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନର ସଂକେତ ବୋଲି କହିଥିଲେ।
ଏହା ପରେ ସେ କଂଗ୍ରେସକୁ ମହିଳା ସଂରକ୍ଷଣ ବିଧେୟକକୁ ‘ବିନା ସର୍ତ୍ତ’ରେ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ। ତେବେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ମହିଳା ସଂରକ୍ଷଣକୁ ସମର୍ଥନ କରୁଛନ୍ତି ହେଲେ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ପରିସୀମନ ପ୍ରକ୍ରିୟାର ଏବେକା ଫର୍ମାଟକୁ ବିରୋଧ କରିଛନ୍ତି। ବିରଧୀଙ୍କ ତର୍କ ହେଉଛି ପରିସୀମନ ସହିତ ଲୋକସଭାର ମୋଟ ସିଟ୍ ସଂଖ୍ୟା ବୃଦ୍ଧି ହେବା ମଧ୍ୟ ଆବଶ୍ୟକ। ସେମାନେ ଦାବି କରୁଛନ୍ତି ଯେ ମହିଳା ସଂରକ୍ଷଣକୁ ପରିସୀମନରୁ ପୃଥକ କରାଯାଉ।
ନାରୀଶକ୍ତି ବନ୍ଦନ ଅଧିନିୟମକୁ ସଂସଦର ଉଭୟ ସଦନରେ ଗୃହୀତ କରାଯାଇଥିଲା। ତେବେ ଏହାର କାର୍ଯ୍ୟକାରିତା ପରିସୀମନ ପ୍ରକ୍ରିୟା ଆଇନ ଅନୁସାରେ ନିର୍ଦ୍ଧିଷ୍ଟ ଜନଗଣନା ତଥ୍ୟ ଉପରେ ନିର୍ଭର କରୁଛି। ସମ୍ବିଧାନର ତ୍ରୟୋଦଶ ସଂଶୋଧନ ବିଧେୟକ ୨୦୨୬ର ଉଦ୍ଦେଶ୍ୟ ପ୍ରସ୍ତାବିତ କାର୍ଯ୍ୟକାରିତା ତନ୍ତ୍ର ଲାଗି ସାମ୍ବିଧାନିକ ଢାଞ୍ଚା ପ୍ରଦାନ କରିବା ଥିଲା। ତେବେ ଏହି ବିଧେୟକ ଏପ୍ରିଲ ୧୭ ରେ ଲୋକସଭାରେ ହାରି ଯାଇଥିଲା। କାରଣ ଉପସ୍ଥିତ ଓ ଭୋଟ ଦେଇଥିବା ସଦସ୍ୟଙ୍କ ସାମ୍ବିଧାନିକ ଭାବେ ଅନିବାର୍ଯ୍ୟ ଦୁଇ ତୃତିୟାଂଶ ବହୁମତ ପ୍ରାପ୍ତ କରିବାରେ ବିଫଳ ହୋଇଥିଲା।
