ଭୁବନେଶ୍ବର: ବହୁଚର୍ଚ୍ଚିତ ବାଲିଅନ୍ତା ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୬ ଜଣକୁ ମିଳିଲା ଜାମିନ୍। ଜାମିନ ମିଳିବା ପରେ ସେମାନେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି।
ପ୍ରକୃତରେ ପୂର୍ବରୁ ପୋଲିସ ମାମଲାରେ ୨୦ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କୁ ମଧ୍ୟରୁ ୧୧ ଜଣଙ୍କ ବିରୋଧରେ ପ୍ରମାଣ ଦାଖଲ କରିଥିବା ବେଳେ, ଅବଶିଷ୍ଟ ୯ ଜଣଙ୍କ ବିରୋଧରେ ପ୍ରମାଣ ଦାଖଲ ହୋଇଥିଲା। ହେଲେ କ୍ରାଇମବ୍ରାଞ୍ଚକୁ ସେହି ୯ ଜଣଙ୍କ ବିରୋଧରେ ପ୍ରମାଣ ମିଳିନଥିବାରୁ ଚାର୍ଜସିଟରେ ସେମାନଙ୍କ ନାଁ ଦାଖଲ କରିନଥିଲା। ଏମିତିରେ ସେହି ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ସେମାନେ ଜେଲରୁ ମୁକୁଳିଛନ୍ତି।
ସୂଚନାଥାଉକି, ଗତ ମେ ୭ ତାରିଖରେ ବାଲିଅନ୍ତା ରାମଚନ୍ଦ୍ରପୁର କାଜ ବ୍ରିଜ୍ ନିକଟରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ କମିଶନରେଟ ପୋଲିସ ପ୍ରଥମେ ୧୧ଜଣଙ୍କୁ ପରେ କ୍ରାଇମବ୍ରାଞ୍ଚ ୯ ଜଣଙ୍କୁ ଗିରଫ କରିଥିଲା। ଘଟଣାରେ ଆହୁରି ୫ରୁ ୬ ଜଣ ଅଭିଯୁକ୍ତ ଫେରାର ଥିବା କୁହାଯାଉଛି।
Also Read: ଜଳଖିଆ ବାହାନାରେ ମହିଳା ଥାନାରୁ ଚମ୍ପଟ, ବେଙ୍ଗାଲୁରୁରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ
ପ୍ରଶ୍ନ ଉଠୁଛି ଯେଉଁମାନେ ନିର୍ଦ୍ଦୋଷରେ ଜାମିନ ପାଇଲେ ସେମାନଙ୍କୁ କେଉଁ ଆଧାରରେ ଗିରଫ କରିଥିଲା କମିଶନରେଟ ପୋଲିସ। କେଉଁ ତଥ୍ୟ ଆଧାରରେ ଏଭଳି ପଦକ୍ଷେପ ନିଆଯାଇଥିଲା, ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ?
