Voice of Eastern India

ଗାଭାସ୍କର ଘୋଷଣା କଲେ ବିଶ୍ୱକପ୍ ଟିମ୍ : ଏହି କ୍ରିକେଟରମାନେ ଖେଳିବେ ଓ୍ୱାର୍ଲଡକପ୍, ରବୀନ୍ଦ୍ର ଜାଡେଜା ଆଉଟ୍ !


ନୂଆଦିଲ୍ଲୀ,୦୬/୦୮:୨୦୨୭ଦିନିକିଆ ବିଶ୍ୱକପକୁ ଆଉ୧୪ମାସ ବାକି ରହିଛି । ସମସ୍ତ ଦଳ ଏବେଠୁ ରଣନୀତି ଆରମ୍ଭ କରିଦେଲେଣି । କାହାକୁ ଖେଳାଇବେ ଏବଂ କାହାକୁ ନାହିଁ ସେନେଇ ଚାଲିଛି ଗେମ୍ ପ୍ୱାନ୍ । ବିସିସିଆଇ ମଧ୍ୟ ଏଥିରେ ଆଗରେ ରହିଛି । କେଉଁ ଖେଳାଳିଙ୍କୁ ନେଇଭାରତବିଶ୍ୱକପ୍ ଖେଳିବସେଥିପାଇଁ ଘନଘନ ମିଟିଂ ବସୁଛି । ଖେଳାଳିଙ୍କ ପ୍ରଦର୍ଶନ ଉପରେ ଫୋକସ୍ କରାଯାଉଛି । ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ସସପେନ୍ସ ରହିଛି । ଉଭୟ ଦଳରେ ଜାଗା ପାଇବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି । କିନ୍ତୁ ବେଳେବେଳେ ଚୟନକର୍ତ୍ତାଙ୍କ ମନ୍ତବ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

କିଏ ବିଶ୍ୱକପ୍ ଖେଳିଲେ ଭଲ ହେବ ଏବଂ କାହାକୁ ବାଦ୍ ଦେବା ଉଚିତ୍ ଏସବୁ ପ୍ରଶ୍ନ ମଧ୍ୟରେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ନିଜର ବିଶ୍ୱକପ୍ ଏକାଦଶ ଚୟନ କରିଛନ୍ତି । ଏଥିରେ ଶୁଭମନ ଗିଲ୍, ରୋହିତ ଶର୍ମା, ଶ୍ରେୟସ ଆୟର, କେଏଲ ରାହୁଲଙ୍କୁ ସ୍ଥାନ ମିଳିଛି । ଇଶାନ କିଷନଙ୍କୁ ମଧ୍ୟ ସେ ଦଳରେ ରଖିଛନ୍ତି । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନୀତିଶ ରେଡ୍ଡି ସ୍ଥାନ ପାଇଛନ୍ତି । ସେହିପରି ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ସ୍ପିନ୍ ଏବଂ ବ୍ୟାଟିଂ ସମ୍ଭାଳିବେ ।

ବୋଲର ଭାବେ ଗାଭାସ୍କର ଜସପ୍ରିତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ହର୍ଷିତ ରାଣାଙ୍କୁ ରଖିଛନ୍ତି । ତେବେ ଏହି ସବୁ ଖେଳାଳିଙ୍କୁ ନେଇ ଆକାଶ ଚୋପ୍ରା ମଧ୍ୟ ମତ ଦେଇଛନ୍ତି । ଗାଭାସ୍କରଙ୍କ ଟିମ୍ ସମ୍ଭାବ୍ୟ ଭାରତୀୟ ଟିମ୍ ସହ ମେଳ ଖାଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

Also Read :- BCCIର ଭୁଲ ନିଷ୍ପତ୍ତି, ବୈଭବଙ୍କୁ ଲାଗିବ ବଡ଼ ଝଟକା, ଅନ୍ଧାର ହୋଇଯିବ ଭବିଷ୍ୟତ !

ଅଶ୍ୱିନଙ୍କ ଟିମ୍

ନିକଟରେ ପୂର୍ବତନ ସ୍ପିନର ଆର ଅଶ୍ୱିନ ମଧ୍ୟ ବିଶ୍ୱକପ୍ ଟିମ୍ ପ୍ରସ୍ତୁତ କରିଥିଲେ । ଏଥିରେ ସେ ରୋହିତ ଏବଂ ବିରାଟଙ୍କୁ ରଖିଥିଲେ । କିନ୍ତୁ ଜାଡେଜାଙ୍କୁ ବାଦ୍ ଦେଇଥିଲେ । ଯଶସ୍ୱୀ ଜୟସ୍ୱାଲ ଏବଂ ମହମ୍ମଦ ଶାମିଙ୍କୁ ମଧ୍ୟ ସେ ଟିମରେ ସାମିଲ କରିନଥିଲେ । ସାମିଙ୍କ ବଦଳରେ ଭୁବନେଶ୍ୱର କୁମାରଙ୍କୁ ସେ ଦଳରେ ସାମିଲ କରିବା କଥା କହିଥିଲେ ।



Source link

Leave A Reply

Your email address will not be published.