Voice of Eastern India

ଓଡ଼ିଶାକୁ ଆସିବ ପୁଞ୍ଜି, ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର ୦୬।୦୮: ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ । ଗୁରୁବାରଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ଓ ଗୁରୁଗାଓଁରେ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିମ୍‌ ଓଡ଼ିଶା ବିଭିନ୍ନ ନିବେଶକାରୀଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ଥିବା ଶିଳ୍ପାୟନରୁ ସୁଯୋଗ ଫାଇଦା ନେବାକୁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ । ଏଥର ଫୋକସରେ ରହିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ମେଟାର ଡାଉନଷ୍ଟ୍ରିମ୍‌ ଶିଳ୍ପ । IOCL, ନାଲକୋ ଭଳି କମ୍ପାନୀ କିଭଳି ରାଜ୍ୟରେ ଡାଇନଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି ଜରିଆରେ ଉତ୍ପାଦ ବଢାଇବେ । ସେନେଇ ରାଉଣ୍ଡ ଟେବୁଲ୍‌ ବୈଠକ ବସିବ ।ଦିଲ୍ଲୀ ସମେତ ଗୁରୁଗାଓଁରେ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ସଚିବ ମଧ୍ୟ ଦିଲ୍ଲୀ ଗସ୍ତ କରିବେ ।

Also Read:-କବାଟ ଖୋଲୁଥିଲେ ସାଇଆମ୍ମା, ଚୋଟ ମାରିଲା ବିଷାକ୍ତ ସାପ…



Source link

Leave A Reply

Your email address will not be published.