Voice of Eastern India

ଚାନ୍ଦିପୁରା ଭାଇରସ୍ ନେଉଛି ମୁଣ୍ଡ, ଗୁଜରାଟ ଓ ରାଜସ୍ଥାନରେ ମୁତୟନ ହେଲେ NJORT


ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚାନ୍ଦିପୁରା ଭାଇରାସ ରୋଗ (ସିଏଚପିଭି) ନିୟନ୍ତ୍ରଣ ପାଇଁ ଗୁଜରାଟ ଓ ରାଜସ୍ଥାନକୁ ଜାତୀୟ ଯୁଗ୍ମ ପ୍ରକୋପ ପ୍ରତିକ୍ରିୟା ଦଳ (ଏନଜେଓଆରଟି) ପଠାଇଛନ୍ତି। ଏହା ସହିତ ଏହି ଭୂତାଣୁ ଉପରେ ଦେଶର ସବୁଠୁ ବ୍ୟାପକ ବୈଜ୍ଞାନିକ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜନୈକ ଅଧିକାରୀ ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ ଭୂତାଣୁ କିପରି ବ୍ୟାପୁଛି ତାହା ବୁଝିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଏବଂ ପଶୁପାଳନ ଓ ଡାୟେରୀ ବିଭାଗ (ଡିଏଏଚଡି) ବିଶେଷଜ୍ଞ ଥିବା ବହୁ ବିଷୟକ ଟିମ୍ ଉଭୟ ରାଜ୍ୟ ସରକାରଙ୍କ ସହ ମିଶି ରୋଗ ବ୍ୟାପିବାର ଯାଞ୍ଚ ସହିତ ମହାମାରୀ ବିଜ୍ଞାନ ସମ୍ପର୍କିତ ଆକଳନ, କ୍ଲିନିକାଲ ମ୍ୟାନେଜମେଣ୍ଟ, ପ୍ରୟୋଗଶାଳା ସମନ୍ୱୟ, ଭେକ୍ଟର ସର୍ଭିଲାନ୍ସ ଓ ସାର୍ବଜନିକ ସ୍ୱାସ୍ଥ୍ୟକୁ ମଜଭୁତ କରିବା ପାଇଁ କାମ କରିବେ। ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ସୋମବାର କହିଥିଲେ ଯେ ଏବେ ୭ ଜଣ ପିଲାଙ୍କ ଚିକିତ୍ସା ଜାରି ରହିଛି। ଚଳିତ ମୌସୁମୀରେ ପ୍ରୟୋଗଶାଳାରେ ପୁଷ୍ଟି ହୋଇଥିବା ୩୫ ମାମଲାରୁ ୨୨ଜଣ ପିଲାଙ୍କ ମୃତ୍ୟୁ ରେକର୍ଡ ହୋଇଛି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ଭୂତାଣୁର ସଂଚରଣ ଚକ୍ରକୁ ଜାଣିବା। ତେବେ ଏହି ଭୂତାଣୁର ବାହକ ରୂପେ ସ୍ୟାଣ୍ଡ ଫ୍ଲାଇକୁ ଚିହ୍ନଟ କରାଯାଇଛି। ହେଲେ ବୈଜ୍ଞାନିକ ଏହା ମଶା ଏବଂ ଓଡଶଙ୍କ ଦ୍ୱାରା ବ୍ୟାପୁଛି କି ନା ତାର ଯାଞ୍ଚ କରୁଛନ୍ତି। ଯେଉଁ ପର୍ଯ୍ୟନ୍ତ ଭୂତାଣୁ ସଞ୍ଚରଣର ସଠିକ ଚକ୍ର ପୁଷ୍ଟି ନ ହୋଇଛି ସେ ପର୍ଯ୍ୟନ୍ତ ସଂକ୍ରଣ ଜାରି ରହିବାର ବିପଦ ରହିଛି। ପ୍ରକୋପକୁ ନିୟନ୍ତ୍ରିତ କରାଯାଇ ପାରିଲେ ଭୂତାଣୁ ବ୍ୟାପିବା ରୋକାଯାଇ ପାରିବ। ଏହି ପ୍ରକୋପ ମୌସୁମୀ ଋତୁରେ ହେଉଛି, ଏଣୁ ନୂଆ ସଂକ୍ରମଣକୁ ରୋକିବା ଆଗାମୀ ଧନଜୀବନ ହାନୀକୁ ରୋକା ଯାଇ ପାରିବ, ଖାସ କରି ଦୁର୍ବଳ ଇମ୍ୟୁନିଟିର ପିଲାଙ୍କୁ ଏଥିରୁ ରକ୍ଷା କରିବା ଏବେ ଚ୍ୟାଲେଞ୍ଜ ହୋଇ ପଡିଛି।

ଜ୍ୱରରେ ତାତି ଅଧିକ ରହିବା, ବାନ୍ତି ହେବା, ବାତ ମାରିବା ସହ ପିଲା ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ଅଥବ ଅଚୋତ ହେବା ଏହି ଭୂତାଣୁର ଲକ୍ଷଣ। ଏଣୁ ଏପରି ଲକ୍ଷଣ ଦେଖା ଦେଲେ ପିଲାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେବା ପାଇଁ ପାରମର୍ଶ ଦିଆଯାଇଛି। ତେବେ ଏହି ଭୂତାଣୁର ପ୍ରକୋପ କେବଳ ଗୁଜୁରାଟ ଓ ରାଜସ୍ଥାନର କେତେକ ଜିଲ୍ଲାରେ ଦେଖା ଯାଇଛି, ଦେଶର ଅନ୍ୟ କୌଣସି ରାଜ୍ୟ ଅଥବା ସ୍ଥାନରେ ଏହି ଭୂତାଣୁ ସଂକ୍ରମଣର ଅଭିଯୋଗ ଏ ପର୍ଯ୍ୟନ୍ତ ମିଳି ନାହିଁ।



Source link

Leave A Reply

Your email address will not be published.