Voice of Eastern India

ବନ୍ୟା କ୍ଷୟକ୍ଷତିର ଆକଳନ ଆରମ୍ଭ, ରିଲିଫ୍ ସେଣ୍ଟର ପରିଚାଳନା ପାଇଁ ଦିଆଯାଇଛି ୨୬ କୋଟି


ଭୁବନେଶ୍ବର ୩।୮: ବନ୍ୟା ପରେ ଆଜିଠୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି । ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ ୪୨ କୋଟି ୮୦ ଲକ୍ଷ ବୋଲି ଆନୁମାନିକ ଆକଳନ ହୋଇଛି । ଜିଲ୍ଲାପାଳ ମାନଙ୍କୁ ୩୬ କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦ କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ କାମ ଏକା ସହ ଚାଲିବ । ଗୃହ ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର ୧୨ କୋଟି ୮୮ ଲକ୍ଷ ପ୍ରଦାନ କରିବେ । ରିଲିଫ୍ ସେଣ୍ଟର ପରିଚାଳନା ପାଇଁ ୨୬ କୋଟି ଟଙ୍କା ଦିଆଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

କାହାକୁ ମିଳିବ କେତେ କ୍ଷତିପୂରଣ :

SDRF ପ୍ୟାକେଜ ନର୍ମ ଅନୁସାରେ,

ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର

ପକ୍କା ଘର ଆଂଶିକ ଭାଙ୍ଗିଥିଲେ ୬ ହଜାର ୫ ଶହ

କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୪ ହଜାର

କୁଡ଼ିଆ ଭାଙ୍ଗିଥିଲେ ୮ ହଜାର

ଗୁହାଳ ପାଇଁ ୩ ହଜାର

ଚାଷ କ୍ଷୟକ୍ଷତି-

କ୍ରପ୍ ଲସ୍ ପାଇଁ ଖାଲୁଆ ଜମିରେ ହେକ୍ଟର ପିଛା ୮ ହଜାର ୫ ଶହ

ଜଳସେଚିତ ଜମିରେ ହେକ୍ଟର ପିଛା ୧୭ ହଜାର

ଦୀର୍ଘ ସ୍ଥାୟୀ ଚାଷ ଜମିରେ ହେକ୍ଟର ପିଛା ୨୨ ହଜାର ୫ ଶହ

ଜୀବନ ହାନି ପାଇଁ ୪ ଲକ୍ଷ କ୍ଷତିପୂରଣ

୧ କୋଟି ୫ ଲକ୍ଷ ଟଙ୍କା ମିଳିଛି ଅଗ୍ନିଶମ କର୍ମଚାରୀଙ୍କୁ

ବଡ଼ ପଶୁ ଅର୍ଥାତ ଗାଈ ପାଇଁ ୩୭ ହଜାର ୫ ଶହ

ବଳଦ କିମ୍ବା ମଇଁଷି ପାଇଁ ୩୨ ହଜାର

ବାଛୁରୀ ପାଇଁ ୨୦ ହଜାର

ଛେଳି କିମ୍ବା ମେଣ୍ଢା ପାଇଁ ୪ ହଜାର

ସମୁଦାୟ ୨୨ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୮୫ ବ୍ଲକ ସହ ୧୫ ସହରାଞ୍ଚଳ ପ୍ରଭାବିତ । ୬୫୬ ପଞ୍ଚାୟତ ଏବଂ ୧୪୫୮ ଗାଁ କ୍ଷତିଗ୍ରସ୍ତ ହୋଇଛି । ୮ ଲକ୍ଷ ୬୩ ହଜାର ୯୦୯ ଲୋକ ପ୍ରଭାବିତ । ୨ ଲକ୍ଷ ୬୭୩୦୧ ସ୍ଥାନାନ୍ତରିତ ହୋଇଥିଲେ । ୫୨୯ ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା ।



Source link

Leave A Reply

Your email address will not be published.