ଖଲ୍ଲିକୋଟ ୦୨।୦୮ : କାଳୀ ମନ୍ଦିରରେ ଅଘଟଣା । ନିଜ ହାତରେ ନିଜ ଜିଭ କାଟିଦେଲେ ଯୁବକ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହଂସତୁଳି ଗାଁରେ ଥିବା କାଳୀ ମନ୍ଦିରରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଘଟିଛି ଘଟଣା । ହଂସତୁଳି ଗାଁରେ ଯୁବକ କିରଣ ପାତ୍ର ମନ୍ଦିରରେ ଗୁହାରିଆ ପଡିବେ ବୋଲି ନିଜ ଜିଭକୁ ନିଜ ହାତରେ କାଟିଛନ୍ତି । ସକାଳୁ ମନ୍ଦିର ପାହାଚ ପାଖରେ ଗୁରୁତର ଅବସ୍ଥାରେ ପଡିଥିଲେ ଯୁବକ । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।
