Voice of Eastern India

ଆଖି ସାମ୍ନାରେ ଏସୟୁଭି ସହ ଭାସିଗଲେ ପତ୍ନୀ ଓ ୨ ଝିଅ, ଗଛକୁ ଧରି ଅଳ୍ପକେ ଜୀବନ ବଞ୍ଚାଇଲେ ସ୍ୱାମୀ


ୟବତମାଲ: ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇଥିବା ଏସୟୁଭି ସହିତ ଜଣେ ମହିଳା ଓ ୨ ଝିଅଙ୍କ ଶବ ଶୁକ୍ରବାର ମହାରାଷ୍ଟ୍ର ୟବତମାଲରୁ ଉଦ୍ଧାର ହୋଇଛି। ଏହି ଘଟଣା ଗୁରୁବାର ସେତେବେଳେ ଘଟିଥିଲା ଯେତେବେଳେ ପରିବାର ଅହିଲ୍ୟାନଗର ଜିଲ୍ଲା ଲୋନି ଅଞ୍ଚଳକୁ ଯାତ୍ରା କରୁଥିଲେ। ସେମାନେ ଦରହ୍ୱା କ୍ଷେତ୍ର ଦେଇଯାଉଥିବା ବେଳେ କୁପ୍ତି ନଦୀ ପୋଲ ଉପରେ ବନ୍ୟାପାଣି ସେମାନଙ୍କ ଗାଡିକୁ ଭାସାଇ ନେଇଥିଲା। ତେବେ ଗାଡି ଚଳାଉଥିବା ପିଲାଙ୍କ ପିତା ଏକ ଗଛକୁ ଧରି ନିଜ ଜୀବନ ବଞ୍ଚାଇଥିଲେ ମଧ୍ୟ ପରିବାରକୁ ରକ୍ଷା କରିପାରି ନାହାନ୍ତି।

ଗାଡି ଚଳାଉଥିବା ଅବିନାଶ ଖଣ୍ଡାରେ ପାଣିରେ ଭାସି ଯାଉଥିବା ବେଳେ ବୁଦ୍ଧି ଖଟାଇ ଏକ ଗଛକୁ ଧରି ରହିଯାଇଥିଲେ। ହେଲେ ତାଙ୍କ ଆଖି ସାମ୍ନାରେ ଗାଡ଼ି ସହ ପତ୍ନୀ ଓ ୨ ଝିଅ ଭାସି ଯାଇଥିଲେ। ବନ୍ୟାରେ ଯାତ୍ରୀଙ୍କ ସହ ବାହନ ଭାସି ଯାଇଥିବା ଖବର ପାଇ ପୋଲିସ ଓ ବିପର୍ଯ୍ୟୟ ପ୍ରବନ୍ଧନ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପ୍ରଶାସନ ସାରା ରାତି ଭରା ନଦୀରେ ତଲାସ ଅଭିଯାନ ଚଳାଇ ଶେଷରେ ବାହନ ସହ ୩ ଜଣଙ୍କୁ ମୃତ ଉଦ୍ଧାର କରିଛନ୍ତି। ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମହାରାଷ୍ଟ୍ରରେ ୫ ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷାର ପୂର୍ବାନୁମାନ କରିଥିଲେ।

ଏଥିରେ ପାଣିପାଗ ବିଭାଗ କେତେକ ଜିଲ୍ଲାଙ୍କ ଲାଗି ରେଡ ୱାର୍ଣ୍ଣିଂ ମଧ୍ୟ ଜାରି କରିଥିଲେ। ତେବେ ଅବିନାଶ ଖଣ୍ଡାରେ କୁପ୍ତି ନଦୀ ପୋଲ ପାର କରିବା ବେଳେ ପାଣିର ଗଭୀରତା ଓ ସ୍ରୋତ ଆକଳନ କରି ପାରି ନଥିଲେ। ଗାଡିକୁ ପୋଲରେ ଆଗକୁ ବଢାଇବା ମାତ୍ରେ ପାଣି ସୁଅରେ ଗାଡି ସହ ତାଙ୍କ ପରିବାର ଭାସି ଯାଇଥିଲା। ତେବେ ସୌଭାଗ୍ୟକୁ ଅବିନାଶ ଏକ ଗଛକୁ ଜାବୁଡି ଧରି ଗାଡିରୁ ବାହାରି ଯାଇଥିଲେ। ହେଲେ ତାଙ୍କ ଦୁଇ ଝିଅ ଓ ପତ୍ନୀଙ୍କୁ ଗଭୀର ଜଳରେ ଗାଡ଼ି ସହ ଭାସି ଯାଉଥିବାର ଦୃଶ୍ୟକୁ ବିବସତାର ସହ ଦେଖିଥିଲେ।

ଚଳିତମାସ ଆରମ୍ଭରୁ ସାରା ରାଜ୍ୟରେ ଗୋଟିଏ ଦିନରେ ୧୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ ଅନୁସାରେ ଭୀଷଣ ବର୍ଷା ଯୋଗୁ ପାଖାପାଖି ୧୦୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ତେବେ ବନ୍ୟା ପରିସ୍ଥିତିରେ ଶହଶହ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଇଛି।



Source link

Leave A Reply

Your email address will not be published.